ଧାନ କିଣାରେ ଦୁର୍ନୀତି: ବସ୍ତା ଟଙ୍କାରେ ପକେଟ୍‌ ଗରମ କରୁଛନ୍ତି ମିଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 5, 2022

ଧାନ କିଣାରେ ଦୁର୍ନୀତି: ବସ୍ତା ଟଙ୍କାରେ ପକେଟ୍‌ ଗରମ କରୁଛନ୍ତି ମିଲର

ସୁନ୍ଦରଗଡ଼ (ବିଜୟ ବରୁଆ): ସରକାରଙ୍କ ନିୟମ କହୁଛି, ଚାଷୀମାନେ ନିଜ ବସ୍ତାରେ ଧାନ ଭରି ମଣ୍ଡିକୁ ଆଣିବେ। ସେଠାରେ ସେମାନେ ଧାନ ଢାଳି ଦେବେ। ତା’ପରେ ମିଲର ନିଜ ବସ୍ତାରେ ଧାନ ଭରି ମିଲ୍‌କୁ ନେବେ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଉ ଏଥିଯୋଗୁଁ ଚାଷୀମାନେ କ୍ଷତି ସହୁଥିବା ବେଳେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି।

ଏଠାରେ ଚାଷୀମାନେ ଯେଉଁ ବସ୍ତାରେ ଧାନ ଭର୍ତ୍ତି କରି ଆଣୁଛନ୍ତି ମିଲର ତାହାକୁ ନେଇ ଯାଉଛି। ଅର୍ଥାତ୍ ମିଲର ବସ୍ତା କିଣୁ ନାହିଁ। ଚାଷୀ ଖୋଲା ବଜାରରୁ ଗୋଟିଏ ବସ୍ତାକୁ ୩୫ ଟଙ୍କା ଦେଇ କିଣୁଛି। ଗୋଟିଏ କ୍ୱିଣ୍ଟାଲ ଧାନ ପାଇଁ ତାକୁ ଦୁଇଟି ବସ୍ତା କିଣିବାକୁ ପଡୁଛି। ସେହି ବସ୍ତା ମିଲର ନେଇ ଯାଉଥିବାରୁ ଚାଷୀ କ୍ୱିଣ୍ଟାଲ ପିଛା ୭୦ ଟଙ୍କା କ୍ଷତି ସହୁଛି।

ମହୁଲପାଲିର ଚାଷୀ ଅମୀୟ କୁମାର ନାଏକ କହିଛନ୍ତି, ବସ୍ତା ପ୍ରସଙ୍ଗଟି ଏକ ଦୁଃଖଦ କଥା। ଆମେ ୩୫ ଟଙ୍କାରେ ଗୋଟିଏ ବସ୍ତା କିଣୁଛୁ। ମିଲର ଓ ଲ୍ୟାମ୍ପସ ଉଭୟେ କହୁଛନ୍ତି ବସ୍ତା ଦେବେ। କିନ୍ତୁ କେହି ଦେଉ ନାହାନ୍ତି। ପୁଣି ଧାନ କ୍ୱିଣ୍ଟାଲ ପିଛା ୩ କେଜି ପର୍ଯ୍ୟନ୍ତ କଟନିଛଟନି ହେଉଛି। ତେଣୁ ମୋଟାମୋଟି ଦେଖିଲେ ଆମେ ଧାନ କ୍ୱିଣ୍ଟାଲ ପିଛା ୯୫ରୁ ୧୦୦ ଟଙ୍କା କ୍ଷତି ସହୁଛୁ।

ଅନ୍ୟପକ୍ଷରେ ମିଲର ସବୁଆଡୁ ଫାଇଦାରେ ରହୁଛି। କାରଣ ସେ ଚାଷୀଙ୍କ ବସ୍ତା ନେଇ ଯାଉଛି। ବସ୍ତା ବାବଦକୁ ତା’ର ଟଙ୍କାଟିଏ ଖର୍ଚ୍ଚ ହେଉ ନାହିଁ। ତା’ସହିତ ବସ୍ତା ବାବଦରେ ସରକାରଙ୍କ ପକ୍ଷରୁ ମିଳୁଥିବା ଅର୍ଥ ପୂରାପୂରି ତା’ ପକେଟକୁ ଚାଲି ଯାଉଛି। ସୂଚନାଯୋଗ୍ୟ, ସରକାର ବସ୍ତା ବାବଦରେ ମିଲରମାନଙ୍କୁ କ୍ୱିଣ୍ଟାଲ ପିଛା ୧୪ ଟଙ୍କା ୪୯ ପଇସା ଦିଅନ୍ତି।

ଚଳିତ ଖରିଫ ଋୁତୁରେ ସରକାର ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାୟ ୨୫ ଲକ୍ଷ କୁଇଣ୍ଟାଲ ଧାନ କିଣିବା ନେଇ ଲକ୍ଷ୍ୟ ରଖିଛନ୍ତି। ଫୁଡ୍‌ ଓଡ଼ିଶା ପୋର୍ଟାଲର ତଥ୍ୟ ଅନୁସାରେ ଏଠାରେ ଏପର୍ଯ୍ୟନ୍ତ ମୋଟ୍ ୨୭,୫୧୧ ଜଣ ଚାଷୀଙ୍କଠାରୁ ୧୩ ଲକ୍ଷ ୧୦ ହଜାର ୭ ଶହ ୨୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହି ଅନୁସାରେ କେବଳ ଯଦି ବସ୍ତାକୁ ହିସାବକୁ ନିଆଯାଏ, ତା’ହେଲେ ୧ କୋଟି ୮୯ ଲକ୍ଷ ୯୨ ହଜାରରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ଓ ଏହି ଟଙ୍କା ସିଧାସଳଖ ମିଲରଙ୍କ ପକେଟକୁ ଯାଇଛି।

ରସରାଜପୁରର ଚାଷୀ ସରୋଜ କୁମାର ଲାକ୍ରା କହିଛନ୍ତି, ମଣ୍ଡିରେ ସରକାର ଆମ ପାଇଁ ଯେଉଁ ସବୁ ସୁବିଧା କରିଛନ୍ତି, ତାହା ବାସ୍ତବରେ ଆମକୁ ମିଳୁ ନାହିଁ। ଚାଷ କଲା ବେଳେ ଯେମିତି ହଇରାଣ ହେଉଛି ଧାନ ବିକ୍ରି କଲା ବେଳେ ବି ସେମିତି ହଇରାଣ ହେଉଛୁ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ ବସ୍ତା ବାବଦରେ ଜିଲ୍ଲାସ୍ତରୀୟ ଧାନକିଣା କମିଟି ବୈଠକରେ ଆଲୋଚନା ହୋଇଛି। ଏଦିଗରେ ଧ୍ୟାନ ଦିଆଯିବ।

The post ଧାନ କିଣାରେ ଦୁର୍ନୀତି: ବସ୍ତା ଟଙ୍କାରେ ପକେଟ୍‌ ଗରମ କରୁଛନ୍ତି ମିଲର appeared first on Odisha Reporter.



from Odisha Reporter https://ift.tt/5ABuGEz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages