ରିଜେକ୍ଟ ହୋଇଥିଲେ ଲତା, ରାଗି ଯାଇଥିଲେ ଗଡ୍‌ଫାଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 5, 2022

ରିଜେକ୍ଟ ହୋଇଥିଲେ ଲତା, ରାଗି ଯାଇଥିଲେ ଗଡ୍‌ଫାଦର

ମୁମ୍ବାଇ: ସୁର ସାମ୍ରାଜ୍ଞୀ, କୋକିଳ କଣ୍ଠୀ, ମେଲୋଡି କୁଇନ୍‌। ଏଭଳି ଅନେକ ନାଁରେ ପରିଚିତ ସମସ୍ତଙ୍କ ପ୍ରିୟ ଲତା ଦିଦି। ନିଜର କୋକିଳ ସ୍ୱର ପାଇଁ ସେ ଲକ୍ଷ ଲକ୍ଷ ଦେଶବାସୀଙ୍କ ହୃଦୟରେ କରୁଥିଲେ ରାଜ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରହିଛନ୍ତି ଲତାଙ୍କ ସ୍ୱରର ଅନେକ ଦିୱାନା। ତାଙ୍କର ପ୍ରତିଟି ଗୀତ ସମସ୍ତଙ୍କୁ କରୁଥିଲା ମତୁଆଲା। ତେବେ ତାଙ୍କର ଏହି କୋକିଳ ସ୍ୱର ପାଇଁ ତାଙ୍କୁ ଦିନେ ରିଜେକ୍ଟ ହେବାକୁ ମଧ୍ୟ ପଡିଥିଲା। ତାଙ୍କୁ ଫିଲ୍ମରେ ଗୀତ ଗାଇବାକୁ ମିଳିନଥିଲା।

ପିଲାଟି ଦିନରୁ ଲତାଙ୍କ ଗୀତ ଗାଇବା ପ୍ରତି ଥିଲା ଦୁର୍ବଳତା। ସେ ୫ ବର୍ଷ ବୟସରୁ ହିଁ ଗାଇବା ଆରମ୍ଭ କରିଦେଇଥିଲେ। ୧୯୪୨ରେ ଲତା ମରାଠୀ ଫିଲ୍ମ ‘କିଟ୍ଟି ହସାଲ’ ପାଇଁ ଏକ ଗୀତ ଗାଇଥିଲେ। ତେବେ ଗୀତଟିକୁ ଶେଷ ମୁହୂର୍ତ୍ତରେ ଫିଲ୍ମରୁ ବାଦ୍ ପଡିଥିଲା। ସେହିବର୍ଷ ବିନାୟକଙ୍କ ଏକ ମରାଠୀ ଫିଲ୍ମରେ ଲତା ଏକ ଗୀତ ଗାଇଥିଲେ।

କୁହାଯାଏ ଯେ ଯେଉଁ ସମୟରେ ଲତା ମଙ୍ଗେଶକର ପ୍ଲେ-ବକ୍ ଗାୟକ ଭାବରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ସେହି ସମୟରେ  ତାଙ୍କୁ ରିଜେକ୍ଟର ସାମ୍ନାକୁ କରିବାକୁ ପଡିଥିଲା। କାରଣ ସେହି ସମୟରେ ବଲିଉଡରେ ନୁର ଜାହାଁ ଏବଂ ଶ୍ୟାମଶାଦ ବାଗେମ୍ ଭଳି ଭାରି ସ୍ୱରର ଗାୟକମାନେ ଦବ୍‌ଦବ୍‌ ଥିଲା।

ଏକଦା ୧୯୪୮ ମସିହାର ଫିଲ୍ମ ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍‌ ହୈଦର ପରିଚୟ କରାଇଥିଲେ। କିନ୍ତୁ ଲତାଙ୍କ ସ୍ୱର ଖୁବ୍‌ ପତଳା କହି ଶଶଧର ମୁଖାର୍ଜୀ ଲତାଙ୍କୁ ରିଜେକ୍ଟର କରି ଦେଇଥିଲେ। ଏହାପରେ ରାଗି ଯାଇଥିଲା ଲତାଙ୍କ ଗଡ୍‌ ଫାଦର ତଥା ଗୁଲାମ ହେଦର। ଆଉ କହିଥିଲେ ‘ଆଗାମୀ ବର୍ଷରେ ସମସ୍ତ ନିର୍ମାତା ଏବଂ ନିର୍ଦ୍ଦେଶକମାନେ “ଲତାଙ୍କ ପାଦତଳେ ପଡ଼ିବେ” ଏବଂ ତାଙ୍କ ସିନେମାରେ ଗୀତ ଗାଇବାକୁ ତାଙ୍କୁ ଅନୁରୋଧ କରିବେ।’ ଶେଷରେ ତାହା ହିଁ ହୋଇଥିଲା।

୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ଆଉ ସେ ହିଁ ଥିଲେ ଲତାଙ୍କ ଗଡ୍‌ ଫାଦର। ୧୯୪୮ରେ ହିଁ ଲତାଙ୍କୁ ମିଳିଥିଲା ବଡ଼ ବ୍ରେକ୍‌। ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ଏକ ସାକ୍ଷାତକାର୍‌ରେ ଗୁଲାମ୍‌ ହୈଦରଙ୍କୁ ନିଜ ଗଡ୍‌ଫାଦର ବୋଲି ସ୍ୱୀକାର କରିସାରିଛନ୍ତି ଲତା।

୧୯୪୮ ମସିହାର ‘ମଜବୁର୍‌’ ଚଳଚ୍ଚିତ୍ରର ‘ଦିଲ୍‌ ମେରା ତୋଡ଼ା… ମୁଝେ କହିଁ କା ନା ଛୋରା…’ ଗୀତ ଲତାଙ୍କୁ ସଫଳତାର ସ୍ବାଦ ଚଖାଇଥିଲା। ଆଉ ସେ ପଛକୁ ଫେରି ଚାହିଁ ନଥିଲେ।

The post ରିଜେକ୍ଟ ହୋଇଥିଲେ ଲତା, ରାଗି ଯାଇଥିଲେ ଗଡ୍‌ଫାଦର appeared first on Odisha Reporter.



from Odisha Reporter https://ift.tt/OISkvjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages