ଚାଲିଗଲେ ଲତା ଦିଦି, ଲୁହରେ ଭିଜିଲା ପୂରା ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 5, 2022

ଚାଲିଗଲେ ଲତା ଦିଦି, ଲୁହରେ ଭିଜିଲା ପୂରା ଦେଶ

ମୁମ୍ବାଇ: ସମସ୍ତଙ୍କୁ ଲୁହରେ ଭିଜାଇ ଚାଲିଗଲେ ସମସ୍ତଙ୍କ ପ୍ରିୟ ଲତା ଦିଦି। ସୁରସାମ୍ରାଜ୍ଞୀ ଲତା ମଙ୍ଗେଶକର ଆଜି ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଆଜି ପୂରା ଦେଶ ସ୍ତବ୍ଧ। ସମସ୍ତେ ଆଜି ଝୁରୁଛନ୍ତି ମେଲୋଡି କୁଇନ୍‌ ଲତା ଦିଦିଙ୍କୁ।

ଲତା ମଙ୍ଗେଶକରଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ପାଇ ବିଶ୍ୱର କୋଟି କୋଟି ଲୋକଙ୍କ ଭଳି ତାଙ୍କ ହୃଦୟ ବି ଭାଙ୍ଗି ଯାଇଛି। ସେ ଅତୁଳନୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲତା ମଙ୍ଗଶକରଙ୍କ ଦେହାନ୍ତଙ୍କୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ ଏହି ଦୁଃଖକୁ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ। ଲତା ମଙ୍ଗେଶକରଙ୍କ ପରଲୋକରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ। ପିଢ଼ି ପରେ ପିଢ଼ି ତାଙ୍କୁ ଲୋକେ ମନେ ରଖିବେ।

ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ କରି କହିଛନ୍ତି, ବିଭିନ୍ନ ସମୟରେ ଲତା ଦିଦିଙ୍କ ସ୍ନେହ ଏବଂ ଆଶୀର୍ବାଦ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରିଛି। ତାଙ୍କର ଅପୂର୍ବ ଦେଶପ୍ରେମ ଓ ମଧୁର ବାଣୀ ସହ ସେ ସର୍ବଦା ଆମ ମଧ୍ୟରେ ରହିବେ।

ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁରସାମ୍ରାଜ୍ଞୀ ଲତା ମଙ୍ଗେଶଙ୍କର ମୃତ୍ୟୁ ଖବର ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, କିମ୍ବଦନ୍ତୀ ଗାୟକ ଲତା ମଙ୍ଗେଶକରଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଚିରଦିନ ପାଇଁ ନିଜ ମେଲୋଡି ଓ ଗୀତ ମାଧ୍ୟମରେ ଆମ ମଧ୍ୟରେ ଜୀବିତ ରହିବେ। ମେଲୋଡି କୁଇନ୍‌ ଅଫ୍‌ ଇଣ୍ଡିଆ ଯେଉଁ ଶୂନ୍ୟସ୍ଥାନ ଛାଡି ଯାଇଛନ୍ତି ତାକୁ କେହି ପୂରଣ କରିପାରିବେ ନାହିଁ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍‌ କରି ଲତା ଦିିଦିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ସ୍ୱର କୋକିଳା’ ଲତା ମଙ୍ଗେଶକରଙ୍କ ମୃତ୍ୟୁ ସହିତ ଭାରତର ସ୍ୱର ହଜିଯାଇଛି। ଲତାଜୀ ଆଜୀବନ ସ୍ୱର ଏବଂ ସ୍ୱରର ହିଁ ଅଭ୍ୟାସ କରିଥିଲେ। ସେ ଗାଇଥିବା ଗୀତଗୁଡ଼ିକ ଭାରତର ଅନେକ ପିଢ଼ି ଶୁଣିଛନ୍ତି ଏବଂ ଗାଇଛନ୍ତି। ତାଙ୍କର ଦେହାନ୍ତ ଦେଶର କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ବଡ଼ କ୍ଷତି।

କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କଂଗ୍ରେସ ସାଂସଦ ରହୁଲ ଗାନ୍ଧି, କଂଗ୍ରେସ ନେତା ଗୁଲାମ ନବୀ ଆଜଦ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେହିପରି ଲତାମଙ୍ଗେଶକରଙ୍କ ମୃତ୍ୟୁକୁ ନେଇ ବଲିଉଡ ଜଗତରେ ମଧ୍ୟ ଶୋକର ଲହରି ଖେଳିଯାଇଛି। ବଲିଉଡର ଅନେକ ବଡ଼ ବଡ଼ ସେଲେବ୍ରିଟି ତାଙ୍କୁ ମୃତ୍ୟୁ ଖବରକୁ ସହଜର ବିଶ୍ୱା କରିପାରୁ ନାହାନ୍ତି। ତାଙ୍କ ମୃତ୍ୟୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

ବଲିଉଡର ମହାନାୟକ ବିଗ୍‌ ବି ତଥା ଅମିତାଭ ବଚ୍ଚନ ମଧ୍ୟ ଲତା ଦିଦିଙ୍କ ଦେହାନ୍ତକୁ ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।ଖିଲାଡି ଷ୍ଟାର ଅକ୍ଷୟ କୁମାର ଲତା ଦିଦିଙ୍କ ଗୀତକୁ ମନେ ପକାଇ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ହେମା ମାଳିନି, ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ବିଶାଲ ଦଦଲାନି, ହଂସଲ ମେହେଟା, ଅନୀଲ କପୁର, ସଚ୍ଚିନ ତେନ୍ଦୁଲକର, ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମୁଖ ଲତା ମଙ୍ଗେଶକରଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି।


ସୋଶାଲ୍ ମିଡ଼ିଆରେ ଥିବା ଲୋକେ (ବିଶେଷ କରି ଟ୍ୱିଟରରେ) ଆଜି କେବଳ ଲତାଙ୍କୁ ନେଇ ହିଁ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ସମସ୍ତେ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସମସ୍ତେ ତାଙ୍କ ଗୁଣଗାନ କରୁଛନ୍ତି।

The post ଚାଲିଗଲେ ଲତା ଦିଦି, ଲୁହରେ ଭିଜିଲା ପୂରା ଦେଶ appeared first on Odisha Reporter.



from Odisha Reporter https://ift.tt/vhtq2fP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages