ବାଇକ୍‌ରେ ବୁଲିଲେ ଦେଶ, ଚାରି କୋଣ ଛୁଇଁ କଲେ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 18, 2022

ବାଇକ୍‌ରେ ବୁଲିଲେ ଦେଶ, ଚାରି କୋଣ ଛୁଇଁ କଲେ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ମାତୃକା ପାଇଁ ସେ ସାଜିଥିଲେ ଦୁର୍ଦ୍ଦଷ ଯୋଦ୍ଧା। ଶତ୍ରୁ ପକ୍ଷଙ୍କୁ ମାତ୍‌ ଦେବାକୁ ତଥା ଉରି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସେ ପାଲଟିଥିଲେ ଭାରତୀୟ ନୌସେନାର ମିଜାଇଲ୍ ଇନଚାର୍ଜ । ‘ବିକ୍ରାନ୍ତ’ ଭଳି ଅନେକ ଯୁଦ୍ଧ ଜାହାଜରେ ମୁତୟନ ହୋଇ ସେ ଦେଖାଇଛନ୍ତି ନିଜ ପରାକ୍ରମ । ଦେଶ ମାତୃକା ପାଇଁ ସିନା ଜୀବନକୁ ବାଜି ଲଗାଇ ଦେଇଥିଲେ, ହେଲେ  ଥରେ ଆଖି ପୂରାଇ ନିଜ ଦେଶକୁ ଦେଖିବାକୁ ବ୍ୟାକୁଳ ହେଉଥିଲେ।

ନୌସେନାରେ ଦୀର୍ଘ ବର୍ଷର ଚାକିରି କାଳ ଭିତରେ ସେପରି ସୁଯୋଗ ଆସି ନ ଥିଲା। ତେଣୁ ଅବସର ନେବା ପରେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଆରମ୍ଭ କଲେ ବାଇକ୍‌ ଯାତ୍ରା।  ବାଇକ୍‌ରେ ଏକାଥରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । କେବଳ ସେତିକି ନୁହେଁ ଏକମାତ୍ର ଭାରତୀୟ ଭାବେ ଦେଶ ମାତୃକାର ୪ଟି କୋଣକୁ ଛୁଇଁବାର ସୌଭାଗ୍ୟ ବି ପାଇଛନ୍ତି।

ବାଇକ୍‌ରେ ଅମିତ କୁମାରଙ୍କ ଭାରତ ଭ୍ରମଣ ।

ଏନେଇ ଅମିତ କହିଛନ୍ତି, ଗତ ଅଗଷ୍ଟରେ ଅବସର ନେଲି। ତା’ ପୂର୍ବରୁ ଭାରତକୁ ଦେଖିବି ବୋଲି ସ୍ୱପ୍ନ ଥିଲା । ତେଣୁ ସବୁ ରାଜ୍ୟର ସବୁ କୋଣକୁ ଛୁଇଁଛି।

ନିଜ ଯାତ୍ରା ସମ୍ପର୍କରେ ଅମିତ କହିଛନ୍ତି, ନିଜ ସ୍ୱପ୍ନକୁ ପୂରଣ କରିବାକୁ ୨୦୨୧ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲି। ପ୍ରଥମେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ୟୁପି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ ହୋଇ ଲେହ ଲଦାଖ ଯାଇଥିଲି। ଏହାପରେ ଗୁଜୁରାଟର କୋଟେଶ୍ୱର, କନ୍ୟାକୁମାରୀ ଗଲି, ଆନ୍ଧ୍ର ପରେ ସିକିମ, ଗୌହାଟି ଗଲି। ସମ୍ପୂର୍ଣ୍ଣ ଭାରତ ଦେଖିବାକୁ ସୁଯୋଗ ପାଇଲି।

ଅବସର ପରେ କ’ଣ କରିବେ ପଚାରିବାରୁ ଏବେ ବିଭିନ୍ନ ଘରୋଇ ସଂସ୍ଥାରୁ ଚାକିରି ଅଫର୍‌ ଆସୁଥିବା ବେଳେ ସରକାରୀ ଚାକିରି ପାଇଁ ବି ପରୀକ୍ଷା ଦେଇ ପାସ୍‌ କରିଛି। ହେଲେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛି ବୋଲି କହିଛନ୍ତି ଅମିତ।

The post ବାଇକ୍‌ରେ ବୁଲିଲେ ଦେଶ, ଚାରି କୋଣ ଛୁଇଁ କଲେ ରେକର୍ଡ appeared first on Odisha Reporter.



from Odisha Reporter https://ift.tt/LJNcBgq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages