ଆଟଲାଣ୍ଟିକ୍‌ ସମୁଦ୍ରରେ ପ୍ରଳୟଙ୍କରୀ ଝଡ଼, ୯ ଜଣଙ୍କ ଜୀବନ ଗଲା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 18, 2022

ଆଟଲାଣ୍ଟିକ୍‌ ସମୁଦ୍ରରେ ପ୍ରଳୟଙ୍କରୀ ଝଡ଼, ୯ ଜଣଙ୍କ ଜୀବନ ଗଲା  

ନୂଆଦିଲ୍ଲୀ: ଅଶାନ୍ତ ପ୍ରକୃତି। ଖଣ୍ଡପ୍ରଳୟରେ ସବୁ ଧ୍ୱସ୍ତବିଧ୍ୱସ୍ତ।  ଆଟଲାଣ୍ଟିକ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ଝଡ଼ ଉତ୍ତରପୂର୍ବ ଇୟୋରୋପରେ ତାଣ୍ଡବ ରଚିଛି। ପବନର ବେଗ ଘଣ୍ଟା ପ୍ରତି ୧୨୨ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି।

ଜୀବନ ବଞ୍ଚାଇବା ପାଇଁ ଲଣ୍ଡନର ୦୨ ଏରିନା ଛାତରେ ହଜାର ହଜାର ଲୋକ  ଆଶ୍ରୟ ନେଇଛନ୍ତି।  ଝଡ଼ ପବନରେ ରାସ୍ତାରେ ବଡ଼ ବଡ଼ ଗଛମାନ ଟଳି ପଡ଼ିଥିବା ବେଳେ ବିଜୁଳି  କଟି ଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ଏହା ୟୁରୋପ ମୁହାଁ ହୋଇଛି। ବ୍ରିଟେନ ପାଣିପାଗ ବିଭାଗଭ ଏହି ଝଡ଼କୁ ଅତି ବିପଦପୂର୍ଣ୍ଣ ଶ୍ରେଣୀରେ ରଖିଛି। ବିଶେଷ କରି ଏହି ଝଡ଼ ପଶ୍ଚିମ ଇଂଲଣ୍ଡରେ ମାଡ଼ ହେବା ସହ ବିପୁଳ କ୍ଷୟକ୍ଷତି କରିଛି।  ଏହାର ପ୍ରଭାବରେ କର୍ଣ୍ଣୱାଲରେ ମୂଷଳଧାରାରେ ବର୍ଷା ହେବା ସହ ସମୁଦ୍ରରେ ବିରାଟ ଉଚ୍ଚରେ ଲହଡ଼ି ଆସି ବେଳାଭୂମି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି । ପବନର ବେଗ ତୀବ୍ର ଥିବାରୁ ଗଛ ପଡ଼ି ଲଣ୍ଡନରେ ଜଣେ ହମିଳା କାର ଡ୍ରାଇଭ କରୁଥିବା ବେଳେ ମୃତ୍ୟୁ ଘଟିଛି। ସେହିପରି ନେଦରଲାଣ୍ଡରରେ  ଅନ୍ୟ ଜଣେ ବ୍ୟକ୍ତିଙ୍କ କାର ରାସ୍ତାରେ ପଡ଼ିଥିବା ଗଛ ସହ ପିଟି ହୋଇ ଯିବାରୁ ତାଙ୍କ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗଛ ଉପୁଡ଼ି ନେଦରଲାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟଇଛି।

ବେଲଜିୟର ଅବସ୍ଥା ମଧ୍ୟ ସଂଘାତିକ। ଏଠାରେ ସୁଉଚ୍ଚର ଜୁଆର ଆସି ଘର ଭିତରେ ପାଣି ପଶିବା ସହ ହସପିଟାଲ ମଧ୍ୟ ଜଳମୟ ହୋଇଛି । ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେଶସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଜଚଳ ବାଧାପ୍ରାପ୍ତ ହୋଇଛି। ୟୁକେର ସମସ୍ତଙ୍କ ବିମାନ ବନ୍ଦରରେ ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ନେଦରଲାଣ୍ଡରେ ୩୯୦ଟି ବିମାନ ରଦ୍ଦ କରାଯାଇଛି।  ବିଜୁଳି କାଟ ଯୋଗୁ ପାଖାପାଖି ଲକ୍ଷେ ଘର ଅନ୍ଧାର ହୋଇଛି। ରାସ୍ତାରେ ଗଛ ଉପୁଡ଼ି ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଝଡ଼ରେ ବିପନ୍ନ ହୋଇଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌  ପଦକ୍ଷେପ ନେଇଛନ୍ତି।

The post ଆଟଲାଣ୍ଟିକ୍‌ ସମୁଦ୍ରରେ ପ୍ରଳୟଙ୍କରୀ ଝଡ଼, ୯ ଜଣଙ୍କ ଜୀବନ ଗଲା   appeared first on Odisha Reporter.



from Odisha Reporter https://ift.tt/eLPXUbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages