ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଲିଙ୍କ ଅଭିଯୋଗରେ ଜଣେ ଆଇପିଏସ ଅଧିକାରୀଙ୍କୁ ଏନ୍ଆଇଏ ଗିରଫ କରିଛି। ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗବିଜୟ ନେଗୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରେ ସଂସ୍ଥା- ଏନଆଇଏ । ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାକୁ ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ କରିଛି ଏନ୍ଆଏ। ଲସ୍କର ସଙ୍ଗଠନ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବଢାଇବା ପାଇଁ ଓଭର ଗ୍ରାଉଣ୍ଡ ୱାର୍କରଙ୍କ ଜାଲ ବିଛାଇଛି।
ଏନେଇ ଗତ ବର୍ଷ ନଭେମ୍ବରରେ ଏନଆଇଏ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ସେତେବେଳେ ଏନଆଇଏ ରେ କାର୍ଯ୍ୟରତ ଥିବା ନେଗିଙ୍କ ଘର ସର୍ଚ୍ଚ କରାଯାଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ତଥ୍ୟ ଲିକ କରିଥିବା ପ୍ରମାଣ ମିଳିଥିଲା। ଆଣ୍ଟି-ଟେରର୍ ଏଜେନ୍ସି ପକ୍ଷରୁ ଅରବିନ୍ଦ ଦିଗବିଜୟ ନେଗିଙ୍କୁ ଶିମଲାରୁ ଗିରଫ କରିଛି । ନେଗି, ଜଣେ ଆଇପିଏସ ଅଧିକାରୀ ହୋଇଥିବାବେଳେ ଏନଆଇଏରୁ ପ୍ରତ୍ୟାବର୍ତ୍ତନ ପରେ ଶିମଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି ।
ଗତବର୍ଷ ନଭେମ୍ବର ୬ ରେ ନେଗି ଲସ୍କର-ଇ-ତୋଇବାର ଓଭର ଗ୍ରାଉଣ୍ଡ ୱାର୍କର୍(OGW) ଗୋଷ୍ଠୀକୁ ସହଯୋଗ କରିବା ଏବଂ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନାରେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପୂର୍ବରୁ ଏନଆଇଏ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଥିଲା । ଅନୁସନ୍ଧାନ ବେଳେ ଶିମଲାରେ ଏସପି ଭାବରେ ପୋଷ୍ଟ ହୋଇଥିବା ନେଗିଙ୍କ ଭୂମିକା ଯାଞ୍ଚ କରାଯାଇ ତାଙ୍କ ଘରେ ଖୋଜାଖୋଜି କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।
The post ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆପିଏସ ଅଧିକାରୀଙ୍କୁ ବାନ୍ଧିଲା ଏନ୍ଆଇଏ appeared first on Odisha Reporter.
from Odisha Reporter https://ift.tt/A63pD82
No comments:
Post a Comment