ସାମ୍ବାଦିକ ପଚାରିଲେ କାହିଁକି ହେଲମେଟ୍‌ ପିନ୍ଧିନ? ପ୍ରବଳ ପିଟିଲେ ଦୁଇ ପୁଲିସ୍‌ କନଷ୍ଟେବଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 7, 2022

ସାମ୍ବାଦିକ ପଚାରିଲେ କାହିଁକି ହେଲମେଟ୍‌ ପିନ୍ଧିନ? ପ୍ରବଳ ପିଟିଲେ ଦୁଇ ପୁଲିସ୍‌ କନଷ୍ଟେବଲ

ଗୌହାଟୀ: ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ ପୁଲିସ୍‌ କନଷ୍ଟେବଲ। ବାଇକରେ ଯାଉଥିବା ବେଳେ ସେମାନେ ହେଲମେଟ ପିନ୍ଧି ନଥିବାରୁ ସାମ୍ବାଦିକ ଜଣଙ୍କ କେବଳ ପ୍ରଶ୍ନ କରିଥିଲେ। ବାସ୍‌ ଏହି ଗୋଟିଏ ପ୍ରଶ୍ନରେ ଦୁଇ କନଷ୍ଟେବଲ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି।

ଆସାମର ବାସୁଗାଓଁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଘଟଣା ପରେ ଦୁଇ କନଷ୍ଟେବଲଙ୍କ ବିରୋଧରେ ସାମ୍ବାଦିକ ଜଣଙ୍କ ଏଫଆଇଆର ମଧ୍ୟ ରୁଜୁ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସାମ୍ବାଦିକ ଜୟନ୍ତ ଦେବନାଥ କହିଛନ୍ତି, “ବାଇକରେ ଯାଉଥିବା ଦୁଇ ଜଣ ପୁଲିସ୍‌ କର୍ମଚାରୀ ହେଲମେଟ ପିନ୍ଧି ନଥିଲେ।

ସେମାନେ ହେଲମେଟ ନ ପିନ୍ଧି ସାଧାରଣ ଲୋକଙ୍କୁ କେଉଁ ପ୍ରକାରର ବାର୍ତ୍ତା ଦେଉଛନ୍ତି ବୋଲି କେବଳ ପ୍ରଶ୍ନ କରିଥିଲେ। ବୋଧେ ଏପରି ପ୍ରଶ୍ନ କରିବା ମୋର ଭୁଲ ଥିଲା। ପ୍ରଶ୍ନ ଶୁଣି ସେମାନେ ଦିନ ଦ୍ୱିପହରରେ ପୁଣି ସର୍ବସମ୍ମୁଖରେ ମୋତେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ସେମାନେ ଆକ୍ରମଣ କରିବା ବେଳେ ମୁଁ ଜଣେ ସାମ୍ବାଦିକ ବୋଲି କହିଥିଲି। ଏହାଶୁଣି ସେମାନେ ଆହୁରି ଆକ୍ରମଣାତ୍ମକ ହୋଇ ଉଠିଥିଲେ।

ଆସାମରେ ପୁଲିସ୍‌କୁ ନିଜ ସ୍ୱାଧୀନତାରେ କାମ କରିବାକୁ ଅନୁମତି ମିଳିଛି। କିନ୍ତୁ କିଛି ପୁଲିସ୍‌ କର୍ମଚାରୀ ଏହାର ଅପବ୍ୟବହାର କରୁଛନ୍ତି। ମୁଁ ଆସାମ ସରକାରଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଆଇନ ତିଆରି କରିଛନ୍ତି ଓ ଆପଣଙ୍କ ଲୋକମାନେ ଏହାକୁ ଭାଙ୍ଗୁଛନ୍ତି।

ସରକାର ତୁରନ୍ତ ଦୁଇ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏପରି ଘଟଣା ରାତିରେ ଘଟି ଥାଆନ୍ତା, ତା’ହେଲେ ସେମାନେ ମୋତେ ଗୁଳି କରି ଦେଇଥାଆନ୍ତେ। ମୁଁ ସେମାନଙ୍କ ଆଚରଣ ଦେଖି ପୂରା ସ୍ତବ୍ଧ ହୋଇଯାଇଛି।”

ଘଟଣାକୁ ନେଇ ବିବାଦ ତୀବ୍ର ହେଉଥିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ଡିଏସ୍‌ପି କହିଛନ୍ତି, ଏଫଆଇଆରକୁ ଭିତ୍ତି କରି ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଦୁଇ କନଷ୍ଟେବଲଙ୍କୂ କୌଣସି କାର୍ଯ୍ୟରେ ସାମିଲ ନ କରିବାକୁ ନିଷ୍ପତ୍ତି ନେଇଛୁ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

The post ସାମ୍ବାଦିକ ପଚାରିଲେ କାହିଁକି ହେଲମେଟ୍‌ ପିନ୍ଧିନ? ପ୍ରବଳ ପିଟିଲେ ଦୁଇ ପୁଲିସ୍‌ କନଷ୍ଟେବଲ appeared first on Odisha Reporter.



from Odisha Reporter https://ift.tt/DrbPtcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages