ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର,ସକାଳୁ ସକାଳୁ ୫ଟି ସ୍ଥାନରେ ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 7, 2022

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର,ସକାଳୁ ସକାଳୁ ୫ଟି ସ୍ଥାନରେ ଚଢ଼ାଉ

ରାଉରକେଲା(ପବନ ତିୱାରି): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମନୋରଞ୍ଜନଙ୍କ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାଟମେଣ୍ଟ ସମେତ ୫ଟି ସ୍ଥାନରେ  ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ମିଳିତଭାବେ ଏହି ଚଢ଼ାଉ  କରିଛନ୍ତି। ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।

ମନୋରଞ୍ଜନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା।  ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି  ଆଜି ଭୋରରୁ ମନୋରଞ୍ଜନ ଘରେ ଚଢ଼ାଉ କରିଥିଲା।

The post ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର,ସକାଳୁ ସକାଳୁ ୫ଟି ସ୍ଥାନରେ ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/cWh5DSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages