ଅତିରିକ୍ତ ଏସ୍‌ପିଙ୍କ ଘରେ ପଶିଲା ଭିଜିଲାନ୍ସ; ନର୍ସିଂ ହୋମ୍ ସାଙ୍ଗକୁ ଟ୍ରାସପୋର୍ଟ ବେପାର ବି ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ଅତିରିକ୍ତ ଏସ୍‌ପିଙ୍କ ଘରେ ପଶିଲା ଭିଜିଲାନ୍ସ; ନର୍ସିଂ ହୋମ୍ ସାଙ୍ଗକୁ ଟ୍ରାସପୋର୍ଟ ବେପାର ବି ଅଛି

କଟକ(ଓଡ଼ିଶା ରିପୋର୍ଟର): ଏଡିଏମ୍, ମୁଖ୍ୟ ଯନ୍ତ୍ରୀଙ୍କ ପରେ ଏବେ ଭିଜିଲାନ୍ସ ଟାର୍ଗେଟରେ ପୁଲିସ୍ ବାବୁ। । କଟକରେ ପୁଲିସ୍  କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ତ୍ରିନାଥ ମିଶ୍ରଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୧୧ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ ।

ତ୍ରିନାଥ ମିଶ୍ରଙ୍କ କଟକ ତୁଲସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ଯାଞ୍ଚ ହେଉଛି । ଏହାସହ ଯାଜପୁର ବଡ଼ଚଣାରେ ଥିବା ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି । ତା’ସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ଚାଲିଛି ଯାଞ୍ଚ ।

ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ ତ୍ରିନାଥ ମିଶ୍ର । ହେଲେ ତା’ ପୂର୍ବରୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ ।  ଏବେ ସକାଳୁ ସକାଳୁ ରେଡ ଆରମ୍ଭ ହୋଇଥିବାରୁ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ।

The post ଅତିରିକ୍ତ ଏସ୍‌ପିଙ୍କ ଘରେ ପଶିଲା ଭିଜିଲାନ୍ସ; ନର୍ସିଂ ହୋମ୍ ସାଙ୍ଗକୁ ଟ୍ରାସପୋର୍ଟ ବେପାର ବି ଅଛି appeared first on Odisha Reporter.



from Odisha Reporter https://ift.tt/BKsvGIQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages