ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ

ଯୋଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଯୋଡ଼ା ଏମ୍‌ଏମଟିସି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା  ଫଳରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ  ଘଟିଛି।  ମୃତକ ଦ୍ୱୟ ହେଲେ ଜିତୁ ବିନ୍ଧାଣି ଓ ସ୍ୱପ୍ନେ ପାତ୍ର। ସେମାନଙ୍କ ଘର  ଯୋଡ଼ାର ବାଚୁହାଟିରେ। ଜିତୁ ଓ ସ୍ୱପ୍ନେ ଜିନ୍ଦଲ କମ୍ପାନୀର କାଶିଆ ଖଣିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି  ରାତି ପ୍ରାୟ ୧୧ଟା ସମୟରେ ଜିତୁ ଓ ସ୍ୱପ୍ନେ ଡ୍ୟୁଟି ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ  ଏମ୍‌ଏମଟିସି ଛକ ନିକଟରେ ଏକ କାର୍  ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।  ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କାରି ଟାଟା ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  ପୁଲିସ କାର୍ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ  କରୁଛି।

 

 

 

 

The post ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/WbgwLp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages