ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟ୍ ଗ୍ରହଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟ୍ ଗ୍ରହଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।

ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଂଚାୟତରେ ମତଦାନ ହେଉଛି। ଏଥିପାଇଁ ମୋଟ ୧୭,୦୮୯ଟି ବୁଥ୍‌ ହୋଇଛି। ୫୧.୩୧ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୧୬୩ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ୍ ବାକ୍ସରେ ସିଲ୍ ହୋଇ ରହିଯିବ।

୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି। ୧୭,୦୮୯ଟି ବୁଥ୍‌ରୁ ୨,୫୬୩ଟି ସମ୍ବେଦନଶୀଳ ରହିଛି।  ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୩ଟି ପର୍ଯ୍ୟାୟ ନିର୍ବାଚନରେ ଯେଭଳି ହିଂସାକାଣ୍ଡ ହେଉଛି, ତାହା ରାଜ୍ୟ ପୁଲିସର ବିଫଳତାକୁ ପଦାରେ ପକାଇଥିବା ବେଳେ ରାଜ୍ୟ ପଂଚାୟତ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ହିଂସାକାଣ୍ଡ ଓ ବିଶୃଙ୍ଖଳା ହେଉଥିବା ଜଣାପଡ଼ିଛି।

The post ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟ୍ ଗ୍ରହଣ appeared first on Odisha Reporter.



from Odisha Reporter https://ift.tt/qmXA6tU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages