ଆମ ଦଳର ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀ ଯିବେ ନାହିଁ: କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 15, 2022

ଆମ ଦଳର ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀ ଯିବେ ନାହିଁ: କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦିଲ୍ଲୀରୁ ପରିଚାଳିତ ହେଉଛି। ଏଠିକାର କଂଗ୍ରେସର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ବସିଥିବା ନେତାଙ୍କ ହାତରେ ରହିଛି। ହେଲେ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କଲେ ପଞ୍ଜାବରୁ ହିଁ ପରିଚାଳନା କରିବ। ଏକ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇ ଏହା କହିଛନ୍ତି। କେଜ୍ରିୱାଲ ଆହୁରୀ କହିଛନ୍ତି ଯେ, ଯେତେବେଳେ କଂଗ୍ରେସର  କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଥିଲେ ସେ ଗାନ୍ଧି ପରିବାର ଇସାରାରେ ଚାଲୁଥିଲେ। ସେହିପରି ପ୍ରତିଟି ନିଷ୍ପତ୍ତି ପାଇଁ  ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି ଏବଂ ପଞ୍ଜାବ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଦିଲ୍ଲୀ ଧାଇଁବାକୁ ପଡ଼ୁଛି।

ନିଷ୍ପତ୍ତି ନେବାର ସ୍ୱାଧୀନତା ସେମାନଙ୍କ ପାଖରେ ରହୁ ନାହିଁ। ପଞ୍ଜାବର ଆପ୍‌ ନେତା ଭଗୱନ୍ତ ମନନଙ୍କ ଉଦାହରଣ ଦେଇ କେଜ୍ରିୱାଲ କହିଛନ୍ତି ଯେ, ଆପଣ କେବେ ଦେଖିଛନ୍ତି କି ସେ ଦିଲ୍ଲୀ ଯିବାର। ଯଦି ଦଳ କ୍ଷମତାକୁ ଆସେ ଭଗୱନ୍ତ ଆପ୍ ପକ୍ଷରୁ ଜଣେ ସୁପର ସିଏମ ଭାବେ କାମ କରିବେ ବୋଲି କେଜ୍ରିୱାଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଆପର ଅବସ୍ଥା କଂଗ୍ରେସ ଏବଂ ବିଜେପି ଭଳି ହେବନି ବୋଲି କେଜ୍ରିୱାଲ କହିଛନ୍ତି। ସେ ଭଗୱନ୍ତଙ୍କୁ କୌଣସି ନିଷ୍ପତ୍ତିରେ ଦିଲ୍ଲୀ ଡାକିବେ ନାହିଁ।

ପଞ୍ଜାବର ଆପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଭଗୱନ୍ତ ମନନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଭାବେ ଚରଣ ଜିତ ସିଂ ଚନ୍ନିଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଚନ୍ନିଙ୍କୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି। ସେମାନେ ଅମରିନ୍ଦର ସିଂଙ୍କ ନାମରେ ଭୋଟ୍ ପାଇଥିଲେ। ତେଣୁ ଚନ୍ନିଙ୍କୁ କିଏ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଉତ୍ତର ଛଲରେ ରହୁଲ ଗାନ୍ଧୀଙ୍କ ନାମ ନେଇଥିଲେ ଭଗୱନ୍ତ। ସେମାନେ ଅମରିନ୍ଦର ସିଂଙ୍କୁ ଦାୟୀ କରି ସେମାନଙ୍କ ବିଫଳତାକୁ ପରୋକ୍ଷରେ ଶ୍ୱୀକାର କରିଛନ୍ତି ବୋଲି ଭଗୱନ୍ତ କହିଛନ୍ତି। ସେହିପରି ପଞ୍ଜାବରେ ଆପ୍‌ ଜିତିବ ବୋଲି ସେ କହିଛନ୍ତି।

The post ଆମ ଦଳର ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀ ଯିବେ ନାହିଁ: କେଜ୍ରିୱାଲ appeared first on Odisha Reporter.



from Odisha Reporter https://ift.tt/kKf6L3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages