ବଲିଉଡକୁ ପୁଣି ଝଟକା: ଆଖି ବୁଜିଲେ ବାପି ଲାହିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 15, 2022

ବଲିଉଡକୁ ପୁଣି ଝଟକା: ଆଖି ବୁଜିଲେ ବାପି ଲାହିରି

ମୁମ୍ବାଇ: ବଲିଉଡ୍‌କୁ ଲାଗିଛି ପୁଣି ଏକ ଶକ୍ତ ଝଟକା। କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଆଖି ବୁଜିଛନ୍ତି ବଲିଉଡର ଡିସ୍କୋ କିଙ୍ଗ୍‌ ଭାବେ ପରିଚିତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସମସ୍ତଙ୍କ ପ୍ରିୟ ବାପି ଦା’।

ଅସୁସ୍ଥତା ହେତୁ ଗତ କିଛି ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପି ଲାହିରି। ଗତ ସୋମବାର ଘରକୁ ଫେରିଥିଲେ। କିନ୍ତୁ ଗତକାଲି (ମଙ୍ଗଳବାର) ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା।

ମୁଖ୍ୟତଃ  ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’।  ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଶରାବୀ’ ଓ ‘ନମକ ହଲାଲ’ ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’। ଶେଷ ଥର ପାଇଁ ବିଗ୍‌ ବସ୍‌-୧୫ରେ ସଲଖାନ ଖାଁଙ୍କ ସହ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।

ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ। ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପାମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ।

ଭାରତୀୟ ସିନେମାରେ ଡିସ୍କୋ ଗୀତକୁ ସେ ଲୋକପ୍ରିୟ କରାଇଥିଲେ। ‘ଜଖ୍‌ମୀ’, ‘ଆପ୍ କି ଖାତିର’, ‘ହିମତ୍‌ୱାଲା’,  ‘ଘାୟଲ’, ‘ଆଜ୍ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍‌ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ହିନ୍ଦୀ ଫିଲ୍ମ ସଙ୍ଗୀତରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିବା ବାପି ଦା’ଙ୍କର ସୁନା ଅଳଙ୍କାର ପ୍ରତି ଥିଲା ବିଶେଷ ଆଗ୍ରହ। ତାଙ୍କ ବେକରେ ସବୁ ବେଳେ ପଡ଼ିଥାଏ ଏକାଧିକ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ସୁନା ଚେନ୍‌। ହାତରେ ଏକାଧିକ ସୁନା ମୁଦି ମଧ୍ୟ ସେ ପିନ୍ଧୁଥିଲେ। ୨୦୧୪ରେ ବାପି ଦା’ ରାଜନୀତିରେ ବି ପାଦ ଥାପି ଥିଲେ। ସେ ବିଜେପି ଟିକେଟ୍‌ରେ ଶ୍ରେରମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କଲ୍ୟାଣ ବାନାର୍ଜୀଙ୍କ ଠାରୁ ସେ ପରାସ୍ତ ହୋଇଯାଇଥିଲେ।

୧୯୮୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶରାବି’ ପାଇଁ ବାପି ଦା’ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା।

ହସ ହସ ମୁହଁ ଓ ସୁନାର ଆଭୂଷଣ ବାପି ଦା’ଙ୍କୁ ସବୁବେଳେ ଅନ୍ୟମାନଙ୍କଠାରୁ ଅଲଗା କରୁଥିଲା। ହେଲେ ଏବେ ଆଉ ଦେଖିବାକୁ ମିଳିବନି ସେହି ହସ ହସ ମୁହଁ। ତାଙ୍କ ପରଲୋକ ଖବର ପାଇବା ପରେ ବଲିଉଡ୍‌ ସହିତ ଜଡ଼ିତ ଅନେକ ବ୍ୟକ୍ତି ବିଶେଷ ସୋଶାଲ୍ ମିଡ଼ିଆ ଯୋଗେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

The post ବଲିଉଡକୁ ପୁଣି ଝଟକା: ଆଖି ବୁଜିଲେ ବାପି ଲାହିରି appeared first on Odisha Reporter.



from Odisha Reporter https://ift.tt/V2e3ChO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages