ଭୋଟ୍‌ ପାଇଁ ପୋଲିଂ କର୍ମଚାରୀଙ୍କ ଜଳଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ଭୋଟ୍‌ ପାଇଁ ପୋଲିଂ କର୍ମଚାରୀଙ୍କ ଜଳଯାତ୍ରା

ନବରଙ୍ଗପୁର(ନବଘନ ବିଷୋୟୀ): ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଏହା ପୂର୍ବରୁ ଜଳଯାତ୍ରା କରିଛନ୍ତି ପୋଲିଂ କର୍ମଚାରୀ। ପୋଲିଂ କର୍ମଚାରୀମାନେ ଭୋଟ ସାମଗ୍ରୀ ଧରି ବୋଟ୍‌ରେ ଜଳଯାତ୍ରା କରିଛନ୍ତି। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁରରୁ।

ନବରଙ୍ଗପୁର ଜିଲ୍ଲାର ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ଅନେକ ଗାଁ ରହିଛି।  ସେହି ସବୁ ଗାଁରେ ନିର୍ବାଚନ ପାଇଁ ଜଳପଥରେ ଯିବାକୁ ପଡୁଛି। ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର କେତେକ ପଞ୍ଚାୟତରେ ଭୋଟିଂ ହେଉଛି।

ମଞ୍ଚାଗାଁ ପଞ୍ଚାୟତର ୧୮ ନମ୍ବର ଓ୍ୱାର୍ଡ ଜଳଭଣ୍ଡାର ମଧ୍ୟରେ ଅଛି।  ଡ୍ୟାମ୍ ମଧ୍ୟରେ ରହିଛି ତେନ୍ତୁଳିଖୁଣ୍ଟି ବ୍ଲକର ୬ଟି ଗାଁ। ଗୁରୁମାଇଁ ଗୁଡ଼ା, ଟାଙ୍ଗୀନାକୋଟ, ବାଗ୍ରା, ଝୋଲାଗୁଡ଼ା, ତୋଲୋଙ୍ଗ ଓ ଚିଲିଗୁଡ଼ା  ଏହି ସବୁ ଗାଁ ପାଇଁ ବାଗ୍ରା ଗାଁରେ କରାଯାଇଛି ଏକ ଅସ୍ଥାୟୀ ବୁଥ।

ଏହି ବୁଥରେ ନିୟୋଜିତ ହୋଇଛନ୍ତି ୩ ଜଣ ପୋଲିଂ କର୍ମଚାରୀ, ଜଣେ ସୁରକ୍ଷା କର୍ମଚାରୀ ଓ ଜଣେ ସେକ୍ଟର ଅଧିକାରୀ।  ଏହି ବୁଥ୍‌ରେ ଅଛନ୍ତି ୨୯୪ ଭୋଟର୍।  ନିର୍ବାଚନ କର୍ମଚାରୀମାନେ କେନ୍ଦୁଗୁଡ଼ା ଘାଟରୁ ବୋଟ୍‌ରେ ଜଳପଥ ଦେଇ ବାଗ୍ରା ଗାଁକୁ ଯାଇଛନ୍ତି। ସେହିପରି ପୋଲିଂ କର୍ମଚାରୀଙ୍କ ଭଳି ୫ଟି ଗାଁର ଲୋକେ ମଧ୍ୟ ଏପରି ଜଳପଥରେ ବାଗ୍ରା ଗାଁକୁ ଆସି ଭୋଟ ଦେବେ।

The post ଭୋଟ୍‌ ପାଇଁ ପୋଲିଂ କର୍ମଚାରୀଙ୍କ ଜଳଯାତ୍ରା appeared first on Odisha Reporter.



from Odisha Reporter https://ift.tt/m72rdog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages