ଲାଲଗଡ଼ରେ ଭୋଟିଂ; ପୋଲିଂ କର୍ମଚାରୀ ଭୟଭୀତ, ଲୋକେ ଉତ୍ସାହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ଲାଲଗଡ଼ରେ ଭୋଟିଂ; ପୋଲିଂ କର୍ମଚାରୀ ଭୟଭୀତ, ଲୋକେ ଉତ୍ସାହିତ

ନୂଆପଡ଼ା(ମାୟାଧର ସରାଫ): ଆଜି  ନୂଆପଡା ଜିଲ୍ଲାର ଲାଲଗଡ଼ ଅଞ୍ଚଳ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟ ସମେତ କୋମନା ବ୍ଲକରେ ହେଉଛି ମତଦାନ । ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ୨୪ଟି ମତଦାନ କେନ୍ଦ୍ରରେ ଭୋଟ ହେଉଥିବା ବେଳେ ନକ୍ସଲ ଉପଦ୍ରବ ହେତୁ ଭୟଭୀତ ଅଛନ୍ତି ପୋଲିଂ କର୍ମଚାରୀ। ତେଣୁ ପୁଲିସ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ଆଜି ସକାଳୁ ପୋଲିଂ ବୁଥ୍‌କୁ ନିଆଯାଇଛି । ଏହାବାଦ ସୁରକ୍ଷା ଦୢଷ୍ଟିରୁ ୩ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏହାସତ୍ତ୍ୱେ ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ ।

ଆଜି ନକ୍ସଲ ଉପଦ୍ରବ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ୨୪ଟି ବୁଥ୍‌ରେ ପଞ୍ଚାୟତ ଭୋଟ ହେଉଥିବା ବେଳେ ଏହି ସବୁ ଅଞ୍ଚଳରେ ଗମନାଗମନ ସମସ୍ୟା ବି ରହିଛି । ତେଣୁ  ଏହି ଅଞ୍ଚଳରେ ଭୋଟ୍ କରାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ । ବହୁ ପ୍ରତିକୂଳ ପରିସ୍ଥିତିରେ ଭୋଟ ହେଉଥିଲେ ମଧ୍ୟ ନେତା ବାଛିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏପରିକି ସକାଳୁ ସକାଳୁ ବୁଥ୍‌ ଆଗରେ ଭୋଟ ଦେବାକୁ ଲମ୍ବା ଲାଇନ୍‌ ଲାଗିଛି।

ସୂଚନାଯୋଗ୍ୟ,  କୋମନା ବ୍ଲକ ଅଫିସରୁ ଗତକାଲି ପୋଲିଂ ପାର୍ଟି ସବୁ କାଗଜପତ୍ର ଓ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜ ବୁଥ୍ ଅଭିମୁଖେ ବାହାରିଥିଲେ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିର୍ବାଚନୀ ଡ୍ୟୁଟି ପଡ଼ିଥିବାରୁ କେତେକ କର୍ମଚାରୀ ଭୟଭୀତ ଅବସ୍ଥାରେ ଥିଲେ ।

ଗତ ରାତିରେ  ପୁଲିସ୍‌ ଏହି କର୍ମଚାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲା  । ସକାଳ ୭ଟା ଆଗରୁ ହିଁ ପୁଲିସ୍‌ ସେମାନଙ୍କୁ ବୁଥ୍‌ରେ ଛାଡ଼ିଛି  ଭୋଟ ସରୁ ସରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ବ୍ଲକ ହେଡକ୍ୱାଟର୍ସକୁ ନିଆଯିବ ।

ଏହାବାଦ କୋମନା ବ୍ଲକ ଅଧୀନ ୩୨ଟି ପଞ୍ଚାୟତର ୧ଲକ୍ଷ ୫ ହଜାର ୫୯୫ ଭୋଟର ୩୮୮ ମତଦାନ କେନ୍ଦ୍ରରେ ଆଜି ନିଜ ମତାଧିକାର ସାବ୍ୟସ୍ତ କରିବେ।  ୩୮୮ ମତଦାନ କେନ୍ଦ୍ର ମଧ୍ୟରୁ  ୭୧ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଥିବା ବେଳେ ୫ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଅଛି । ୨୪ଟି ନକ୍ସଲ ପ୍ରବଣ ମତଦାନ କେନ୍ଦ୍ର ମଧ୍ୟ ଅଛି । ଜିଲ୍ଲାର ଲାଲଗଡ ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ୨୪ଟି ମତଦାନ କେନ୍ଦ୍ରରେ ଭୋଟ ହେଉଛି ।

The post ଲାଲଗଡ଼ରେ ଭୋଟିଂ; ପୋଲିଂ କର୍ମଚାରୀ ଭୟଭୀତ, ଲୋକେ ଉତ୍ସାହିତ appeared first on Odisha Reporter.



from Odisha Reporter https://ift.tt/LM5cfb1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages