ଆଜି କୋଟିଆରେ ନିର୍ବାଚନ; ୫, ୭୯୦ ଭୋଟର ବାଛିବେ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ଆଜି କୋଟିଆରେ ନିର୍ବାଚନ; ୫, ୭୯୦ ଭୋଟର ବାଛିବେ ନେତା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ସକାଳୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ରାଜ୍ୟର ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ  ନିଜ ମତଦାନ କରୁଛନ୍ତି ଭୋଟର। ଏହା ମଧ୍ୟରେ  ବହୁ ବିବାଦୀୟ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ମଧ୍ୟ ରହିଛି। କୋଟିଆରେ ସକାଳୁ ଭୋଟିଂ ଆରମ୍ଭ ହୋଇ ଯାଇଥିବା ବେଳେ ଏହା ଉପରେ ରହିଛି ସମସ୍ତଙ୍କ ନଜର।କୋଟିଆର ୫, ୭୯୦ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ବାଛିବେ। 

ଓଡ଼ିଶା- ଆନ୍ଧ୍ର ସୀମାରେ ରହି ସବୁବେଳେ ବିବାଦ ଘେରରେ ରହି ଆସିଥିବା କୋଟିଆରେ ପଞ୍ଚାୟତ ଭୋଟ  ହେବାର ବହୁତ ଗୁରୁତ୍ୱ ରହିଛି । କାରଣ ଏହି ଅଞ୍ଚଳକୁ ଆନ୍ଧ୍ର  ନିଜର ବୋଲି ଦାବି କରୁଛି। ଅନେକ ସମୟରେ ଆନ୍ଧ୍ରର ସରକାରୀ ବାବୁ ଆସି ଏଠାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ଗତବର୍ଷ ଏଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ଚେଷ୍ଟା  ମଧ୍ୟ ହୋଇଥିଲା।   

ତେବେ ଆଜି ଓଡ଼ିଶା ପକ୍ଷରୁ ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଂଜେଇପଦର ଆଦି ୧୩ଟି ବୁଥ୍‌ରେ ପଞ୍ଚାୟତ ନିର୍ବାଚନ କରାଯାଉଛି । 

ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୁଲିସ୍‌ ପ୍ରଶାସନ ସଜାଗ ରହିଛି । କୋଟିଆ ପଂଚାୟତ ଆସୁଥିବା ପଟାଙ୍ଗୀ ଜୋନ୍  ୧ ଜିଲ୍ଲା ପରିଷଦ ଆସନରେ ଦୁଇ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଜଣେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ଅନ୍ୟ ଜଣେ ନିଜକୁ ସର୍ବସାଧାରଣ ପ୍ରାର୍ଥୀ ଦାବି କରୁଥିବା ଟିକାଇ ଗେମେଲ୍ ॥ ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ପ୍ରାର୍ଥୀ ।

The post ଆଜି କୋଟିଆରେ ନିର୍ବାଚନ; ୫, ୭୯୦ ଭୋଟର ବାଛିବେ ନେତା appeared first on Odisha Reporter.



from Odisha Reporter https://ift.tt/fMB7S06

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages