ମାର୍ଚ୍ଚ ୧୫ରୁ ବିଦେଶକୁ ଉଡ଼ିବ ନିୟମିତ ବିମାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

ମାର୍ଚ୍ଚ ୧୫ରୁ ବିଦେଶକୁ ଉଡ଼ିବ ନିୟମିତ ବିମାନ!

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିଛି। କେବଳ ବାୟୋବବଲ୍ସ ଓ ସ୍ୱତନ୍ତ୍ର ରୁଟରେ ବିମାନ ଚଳାଚଳ କରୁଛି। ହେଲେ ମାର୍ଚ୍ଚ ୧୫ ତାରିଖରୁ ବଦଳିପାରେ ସ୍ଥିତି। କାରଣ ମାର୍ଚ୍ଚ ୧୫ ତାରିଖରୁ ବିଦେଶକୁ ନିୟମିତ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଭାରତ ସରକାର।

ବିମାନ ସେବା ଆରମ୍ଭ ହେବାକୁ ଥିଲେ ହେଁ ଏୟାରପୋର୍ଟରେ ସ୍ୱତନ୍ତ୍ର ଏସଓପି ପାଳନ କରାଯିବ। ବିଦେଶରୁ ଆସୁଥିବା ଓ ବିଦେଶକୁ ଯିବାକୁ ଥିବା ଲୋକମାନଙ୍କ ପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସ୍ଥିତିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିୟମିତ ବିମାନ ସେବା ଆରମ୍ଭ କରିବାକୁ ଚାହୁଁଛି। ଏଥିପାଇଁ ମନ୍ତ୍ରଣାଳୟର ଅଧିକାରୀମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ପରେ ବିଦେଶକୁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଡିଜିସିଏ ପକ୍ଷରୁ ବିମାନ ସେବା ପ୍ରକୃତରେ କେବେ ଆରମ୍ଭ ହେବ, ସେନେଇ ବିଧିବଦ୍ଧ ଘୋଷଣା କରାଯାଇନି। ଖୁବଶୀଘ୍ର ଏକ ବିଜ୍ଞପ୍ତି ଜରିଆରେ ଡିଜିସିଏ ଏନେଇ ଘୋଷଣା କରିବ।

ଜଣେ ସରକାରୀ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ନିୟମିତ ଅନ୍ତର୍ଜାତୀୟ ବିମାନ ସମ୍ଭବତଃ ମାର୍ଚ୍ଚ ୧୫ରୁ ଆରମ୍ଭ ହେବ। ଫେବୃଆରୀ ୧୪ରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ଗାଇଡଲାଇନକୁ ଏହି ସମୟରେ କଡ଼ାକଡ଼ି ଭାବେ ପାଳନ କରାଯିବ। ସମସ୍ତ ଏୟାରପୋର୍ଟକୁ ପୁଣିଥରେ ଏ ସମ୍ପର୍କରେ ଅବଗତ କରାଯିବ।”

ମହାମାରୀ କରୋନା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୩ରୁ ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିଛି। ତେବେ ଏୟାର ବବଲ୍ସ ଚୁକ୍ତି ଅନୁସାରେ ଭାରତ ଓ ୪୦ଟି ଦେଶ ମଧ୍ୟରେ ବିମାନ ସେବା ଜାରି ରହିଛି। ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ସଂକ୍ରମଣ ବଢ଼ିବାରୁ ପ୍ରଥମେ ଜାନୁଆରୀ ୩୧ ଓ ପରେ ଫେବୃଆରୀ ୨୮ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ।

The post ମାର୍ଚ୍ଚ ୧୫ରୁ ବିଦେଶକୁ ଉଡ଼ିବ ନିୟମିତ ବିମାନ! appeared first on Odisha Reporter.



from Odisha Reporter https://ift.tt/SprsWV0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages