ନିଜ ଗାଁରେ ଅନ୍ଧାରୀ ବିଜେ କରି ମନ୍ତ୍ରୀ ହଟହଟା, ୨ ଘଣ୍ଟା ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 15, 2022

ନିଜ ଗାଁରେ ଅନ୍ଧାରୀ ବିଜେ କରି ମନ୍ତ୍ରୀ ହଟହଟା, ୨ ଘଣ୍ଟା ଅଟକ

କୋଣାର୍କ(ସଞ୍ଜୟ ପତି): ପାଖେଇ ଆସିଲାଣି ନିର୍ବାଚନ । ଚାରି ଆଡ଼େ ସରଗରମ ରାଜନୀତି  । ଏପରି ସମୟରେ  ନିର୍ବାଚନ ପ୍ରଚାର କରିବାକୁ ନିଜ ଗାଁରେ ଅନ୍ଧାରୀ ବିଜେ କରି ହଟହଟା ହେଲେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗତକାଲି ରାତିରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏପରି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ବେହେରା।  ଏପରିକି ପ୍ରଚାର କରିବାକୁ ଯାଇଥିବା ମନ୍ତ୍ରୀଙ୍କୁ ଗ୍ରାମବାସୀ ୨ ଘଣ୍ଟା ଅଟକ  ରଖିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ  ଦୀର୍ଘ ସମୟ ପରେ ପୁଲିସ୍‌ ସହାୟତରେ ଘଟଣାସ୍ଥଳରୁ ମୁକୁଳିଥିଲେ ମନ୍ତ୍ରୀ ।

ସୂଚନାଯୋଗ୍ୟ, ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତରେ ଗତକାଲି ରାତି ପ୍ରାୟ ୧୦ଟା ପରେ ପ୍ରଚାର କରୁଥିଲେ। ଏହି ସମୟରେ ସମର୍ଥକଙ୍କ ସହ ଜଣେ  ଗ୍ରାମବାସୀଙ୍କ ଘରକୁ ନିର୍ବାଚନ ପ୍ରଚାରରେ ଯାଇଥିଲେ। ମାତ୍ର ହଠାତ୍‌ ପାନୀୟ ଜଳ ସମସ୍ୟାକୁ ନେଇ ସାଧାରଣ ଲୋକେ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ । ‌ଏହାପରେ ମନ୍ତ୍ରୀ ଗାଁ ରାସ୍ତାରେ ଦୌଡ଼ି ଦୌଡ଼ି ଜଣଙ୍କ ଘରେ ପଶି ଯାଇଥିଲେ। ଦୀର୍ଘ ୨ ଘଣ୍ଟା ପାଖାପାଖି ସମୟ ମନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କ ଘରେ ରହିବା ପରେ ପୁଲିସ୍‌ ପହଞ୍ଚି ତାଙ୍କୁ ସେଠାରୁ ମୁକୁଳାଇଥିଲା। ଏପରିକି ଗ୍ରାମବାସୀ ଗୋଡ଼ାଇବାରୁ ମନ୍ତ୍ରୀ ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ପୁଲିସ୍‌ ଗାଡ଼ିରେ ପହଞ୍ଚି ଘଟଣାସ୍ଥଳରୁ ପଳାଇଥିଲେ।

ମନ୍ତ୍ରୀଜଣକ ଆଗରୁ ଦେଖା ଦେଉ ନ ଥିବା ବେଳେ କୌଣସି ସମସ୍ୟାର ସମାଧାନ କରି ନାହାନ୍ତି। ହେଲେ ଏବେ ରାତି ଅଧରେ ପହଞ୍ଚି ପ୍ରତିଶ୍ରୁତିର ପାହାଡ଼ ଲଦି ଦେଉଛନ୍ତି। ଏପରିକି ଭୋଟ ପିଛା ୫ ହଜାର ଦେବାକୁ ପ୍ରଲୋଭନ ଦେଖାଉଥିବା ବେଳେ ନ ଦେଲେ ଗାଁରେ ରହିବା ମୁସ୍କିଲ କରିଦେବେ ବୋଲି ବି ଧମକ ଦେଉଛନ୍ତି। ତେଣୁ ମନ୍ତ୍ରୀଙ୍କୁ ଘେରିଥିବା କହିଛନ୍ତି ଗ୍ରାମବାସୀ। ହେଲେ ଏ ନେଇ ମନ୍ତ୍ରୀଙ୍କ ମତାମତ ମିଳିପାରି ନାହିଁ।

The post ନିଜ ଗାଁରେ ଅନ୍ଧାରୀ ବିଜେ କରି ମନ୍ତ୍ରୀ ହଟହଟା, ୨ ଘଣ୍ଟା ଅଟକ appeared first on Odisha Reporter.



from Odisha Reporter https://ift.tt/fmnUKL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages