ଲକ୍ଷ୍ନୌ: ଶଳା ବାହାଘର ପାଇଁ ଛୁଟି ମିଳିଲାନି। ଆଉ ଏଥିରେ ହତୋତ୍ସାହିତ ହୋଇ ଜଣେ ରେଲୱେ କର୍ମଚାରୀ ଜୀବନ ହାରିଛନ୍ତି। ରେଲୱେ ଟ୍ରାକ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ୨୭ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେମ ନେଇଛନ୍ତି। ଏମିତି ଏକ ଦୁଃଖଦ ଘଟଣା ପ୍ରେମ ଦିବସ ଭାଲେଣ୍ଟାଇନ୍ ଡେ’ରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଫତେପୁର ଜିଲ୍ଲା ଭାଟପୂର୍ବ ଗାଁର ରମେଶ ସିଂ। ସେ ରେଲୱେରେ ଟ୍ରାକ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଶଳାର ବାହାଘର ଫେବୃଆରୀ ୧୯ରେ ଥିଲା।
ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନ ଖାରଜ ହୋଇଟିବାରୁ ସେ ଛୁଟି ପାଇନଥିଲେ। ଏଥିରେ ସେ ହତୋତ୍ସାହିତ ହୋଇ ଏକ ମାଲବାହୀ ଟ୍ରେନ୍ ଆଗରେ ଶୋଇ ପଡ଼ିଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ନିଜ ସୋଶାଲ ମିଡିଆରେ ଅପଲୋଡ଼ କରିଥିଲେ। ଏଥିରେ ଆତ୍ମହତ୍ୟାର କାରଣ ମଧ୍ୟ ଦର୍ଶାଇଛନ୍ତି।
କହିଛନ୍ତି ମୋ ଶଳା ବାହାଘରରେ ଛୁଟି ନମିଳିବାରୁ ମୁଁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି। ତେବେ ପ୍ରୟାଜରାଜ ଡିଭିଜନ୍ର ଡିଆରଏମ ମୋହିତ ଚନ୍ଦ୍ର ଘଟଣାର ତଦନ୍ତ ପାଇଁ ୪ ଜଣିଆ ଶୃଙ୍ଖଳାଗତ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ୭୨ ଘଣ୍ଟାରେ ରିପୋର୍ଟ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
The post ଶଳା ବାହାଘର ପାଇଁ ଛୁଟି ମିଳିଲାନି, ଟ୍ରେନ୍ ଆଗରେ ଶୋଇଗଲେ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/ABWXNtE
No comments:
Post a Comment