ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ମୋ ପାଖରେ ପିଲା ସମାନ। ରାହୁଲ ଗାନ୍ଧୀ ନିଜକୁ ନେତା ଭାବେ ତିଆରି କରିବାକୁ ଆହୁରୀ ସମୟ ଲାଗିବ। ମୁଁ ସେମାନଙ୍କ ବିଷୟରେ କିଛି କମେଣ୍ଟ ଦେବାକୁ ଉଚିତ ମନେ କରୁ ନାହିଁ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିରିନ୍ଦ୍ରର ସିଂ ଏହା କହିଛନ୍ତି। କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଅମରିନ୍ଦରଙ୍କୁ ନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ନିଶାନା କରିଥିଲେ। ନିକଟରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିଲା ବେଳେ କେନ୍ଦ୍ରର ମୋଦି ସରକାରଙ୍କ ଇଙ୍ଗିତରେ ପରିଚାଳିତ ହେଉଥିଲେ ବୋଲି ପ୍ରିୟଙ୍କା କହିଥିଲେ। ଏହାର ଜବାବରେ ଅମରିନ୍ଦର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଅମରିନ୍ଦର କହିଛନ୍ତି ଯେ, ସେମାନେ ହେଉଛନ୍ତି ମୋ ପାଖରେ ଛୁଆ। ତେଣୁ ପିଲାଙ୍କ କଥାରେ ମୁଁ ପ୍ରତିକ୍ରିୟା ଦେବାକୁ ଠିକ୍ ଭାବୁ ନାହିଁ। ସେମାନେ ମୋର ନାତି ବୟସର ହେବେ। ତେଣୁ ସେମାନେ ମୋତେ କଣ କହିବେ। ଉଭୟ ମୋ ପାଖରେ ଛୁଆ। ତାଙ୍କ ବାପା ମୋର ବନ୍ଧୁ ଥିଲେ। ୫୦ ବର୍ଷ ହୋଇଗଲେ କିମ୍ବା ଆଉ କିଛି ହୋଇଗଲେ ରହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ‘ଆଇନଷ୍ଟାଇନ୍’ ହୋଇଯିବେନି। ସେମାନେ ଅନ୍ୟମାନଙ୍କ ଭଳି ଜଣେ ସାଧାଣ ରାଜନେତା ସେମାନଙ୍କୁ ସମୟ ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଉଚିତ। ସେମାନଙ୍କୁ ଅଭିଜ୍ଞତା ସାଉଁଟିବାକୁ ହେବ। ଏଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କୁ ନେତା ହେବାକୁ ସମୟ ଲାଗିବ ବୋଲି କହୁଛି। ସେମାନଙ୍କ ବାପା ରାଜୀବ ଗାନ୍ଧୀ ମୋର ବନ୍ଧୁଥିଲେ।
ତେଣୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁ ନାହିଁ। ସେହିପରି ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ କେନ୍ଦ୍ର ଇସାରାରେ କାମ କରୁଥିବା ତଥ୍ୟ ମିଛ। ମୁଁ ମୋଦି ସରକାରଙ୍କ ପାଖରେ ପଞ୍ଜାବ ପାଇଁ ଦାବି କରିଛି। ପଞ୍ଜାବରେ କଂଗ୍ରେସ ୨୦ରୁ ଅଧିକ ସିଟ୍ ନେଇପାରିବ ନାହିଁ ବୋଲି କ୍ୟାପ୍ଟେନ୍ କରିଛନ୍ତି। କଂଗ୍ରେସ ଛାଡ଼ିବା ପରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ(ପିଏଲସି) ନାମରେ ଏକ ନୂଆ ଦଳ ଗଠନ କରି ବିଜେପି ସହ ମେଣ୍ଟ କରିଛି। ସେହହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଖଦେବ ସିଂ ଧିଣ୍ଡସାଙ୍କ ନୂଆ ଦଳ ‘ସଂଯୁକ୍ତ’ ସହ ମଧ୍ୟ ତ୍ରିଦଳୀୟ ମେଣ୍ଟ ହୋଇଛି। ପଞ୍ଜାବର ୧୧୭ଟି ଆସନରୁ ପିଏଲସି ୩୭ଟି ସିଟ୍, ବିଜେପି ୬୫ ସିଟ୍, ଧିଣ୍ଡସାଙ୍କ ଦଳ ୧୫ଟି ଆସନରେ ଲଢ଼ୁଛି।
The post ରାହୁଲ, ପ୍ରିୟଙ୍କାଙ୍କୁ ୫୦ ହୋଇଗଲେ ‘ଆଇନଷ୍ଟାଇନ୍’ ହୋଇଯିବେନି: ଅମରିନ୍ଦର appeared first on Odisha Reporter.
from Odisha Reporter https://ift.tt/Zo5bCdr
No comments:
Post a Comment