ଆଜି ୪୯ ବୁଥ୍‌ରେ ପୁନଃ ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

ଆଜି ୪୯ ବୁଥ୍‌ରେ ପୁନଃ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ଟି ବୁଥ୍‌ରେ ଆଜି ହେବ ପୁନଃ ମତଦାନ। ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

ପୁନଃ ମତଦାନ ହେବାକୁ ଥିବା ୪୯ଟି ବୁଥ୍‌ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥ୍ ରହିଛି । ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍‌ରେ ଆଜି ହେବ ପୁନଃ ମତଦାନ।

ପ୍ରଥମ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍ ହେବ । ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାର ୩ଟି ଲେଖାଏଁ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ବୁଥ୍‌ରେ ପୁନଃମତଦାନ ହେବ ।

ଏହାବାଦ ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ରଦ୍ଦ ହୋଇଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ହେବ। ପୁନଃ ମତଦାନ ବେଳେ ଯେପରି କୌଣସି ବିଭ୍ରାଟ ନ ଘଟେ ସେଥି ନିମନ୍ତେ ଆଜି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

The post ଆଜି ୪୯ ବୁଥ୍‌ରେ ପୁନଃ ମତଦାନ appeared first on Odisha Reporter.



from Odisha Reporter https://ift.tt/7uhNgnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages