ବଢ଼ିଲା ଯୁଦ୍ଧ ଆଶଙ୍କା, ଦେଶ ବାହାରେ ସେନା ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

ବଢ଼ିଲା ଯୁଦ୍ଧ ଆଶଙ୍କା, ଦେଶ ବାହାରେ ସେନା ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ

ମସ୍କୋ: ୟୁକ୍ରେନ ବିରୋଧରେ ପଦକ୍ଷେପ ନେବାକୁ ଆଉ ପାଦେ ଆଗେଇଛି ରୁଷ। ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱାଧୀନତା ଦେବା ପରେ ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ରୁଷୀୟ ସଂସଦ ବଡ଼ ପଦକ୍ଷେପ ନେଇଛି।

ରୁଷ ସଂସଦ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ରୁଷ ସେନା ୟୁକ୍ରେନ ଉପରେ ବଡ଼ଧରଣର ହମଲା କରିବା ପାଇଁ ଯୋଜନା କରୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଏପରି କ୍ଷମତା ଦେଇଥିବା କୁହାଯାଇଛି।

ଏବେ ରୁଷ ସେନା ୟୁକ୍ରେନର ପୂର୍ବ ପ୍ରାନ୍ତରେ ପହଞ୍ଚି ଯାଇଛନ୍ତି। ଏଥିପାଇଁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢ଼ିବାରେ ଲାଗିଛି। ଏଥିପାଇଁ ପୁଟିନ ଦେଶ ବାହାରେ ସାମରିକ ଶକ୍ତିର ବ୍ୟବହାର କରିବାକୁ ଚାହୁଁଛନ୍ତି। ଏନେଇ ଏକ ପ୍ରସ୍ତାବକୁ ଅନୁମତି ଦେବାକୁ ସେ ଦିନକ ପୂର୍ବରୁ ଦେଶର ସଂସଦକୁ ଚିଠି ଲେଖିଥିଲେ।

ୟୁକ୍ରେନରେ ରହୁଥିବା ବିଚ୍ଛିନ୍ନତାବାଦୀଙ୍କୁ ସେ ସମର୍ଥନ ଘୋଷଣା କରିଛନ୍ତି। ସେମାନଙ୍କ ସହାୟତା ପାଇଁ ଦେଶ ବାହାରେ ରୁଷର ସୈନ୍ୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ମଙ୍ଗଳବାର ଦେଶର ଉଚ୍ଚ ସଦନ ଏହା ଉପରେ ଭୋଟ୍ ଦେଇଛି। ଏହି ପ୍ରସ୍ତାବକୁ ମୋଟ ୧୫୩ ଜଣ ରୁଷ ସାଂସଦ ସମର୍ଥନ କରିଛନ୍ତି। କେହି ବି ଏହା ବିରୋଧରେ କିମ୍ବା ଭୋଟ ଦାନକୁ ବିରତ ରହି ନଥିଲେ।

୨୦୧୪ ମସିହାରୁ ମସିହାରୁ ୟୁକ୍ରେନ ସେନା ସହ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଯୁଦ୍ଧ କରୁଛନ୍ତି। ଏବେ ସେମାନଙ୍କ ସମର୍ଥନରେ ରୁଷ ବାହାରିଛି। ତେଣୁ ଦେଶ ବାହାରେ ସେନା ବ୍ୟବହାର କରିବାକୁ ରୁଷ ସଂସଦ ପୁଟିନଙ୍କୁ କ୍ଷମତା ଦେଇଛି। ରୁଷର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ନିକୋଲାଇ ପାନକୋଭ କହିଛନ୍ତି, ବର୍ତ୍ତମାନ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ବନ୍ଦ ହୋଇଯାଇଛି। ୟୁକ୍ରେନ ସରକାର ହିଂସା ଓ ରକ୍ତପାତର ରାସ୍ତା ଆପଣାଇଛନ୍ତି।

ସେମାନେ ଆମ ଆଗରେ ଆଉ କୌଣସି ବିକଳ୍ପ ରଖିନାହାନ୍ତି। ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଉପରେ ଦମନଲୀଳା ଚାଲିଛି। ସେଠାରେ ୟୁକ୍ରେନ ନରସଂହାର କରୁଛି। ନାଟୋ ପକ୍ଷରୁ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ପୂର୍ବ ୟୁକ୍ରେନରେ କିଭକୁ ହିଂସାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନାଟୋ ହିଁ ଉସକାଉଥିବା ସେ କହିଛନ୍ତି।

The post ବଢ଼ିଲା ଯୁଦ୍ଧ ଆଶଙ୍କା, ଦେଶ ବାହାରେ ସେନା ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ appeared first on Odisha Reporter.



from Odisha Reporter https://ift.tt/Lt6JoGq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages