୧୮ ଫେବ୍ରୁଆରୀ, ଶୁକ୍ରବାର: ପରିବାରରେ ହସଖୁସିର ବାତାବରଣ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

୧୮ ଫେବ୍ରୁଆରୀ, ଶୁକ୍ରବାର: ପରିବାରରେ ହସଖୁସିର ବାତାବରଣ ରହିବ

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ବୃଷ: ଖୁସି ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

ମିଥୁନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି।

କର୍କଟ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକେ ଶୁଭ ଖବର ପାଇବେ। ଆର୍ଥିକ ସମସ୍ୟା ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ହେବ।

କନ୍ୟା: ଆପଣା ଲୋକେ ବିରୋଧ କରିବେ। କର୍ମକ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି। ଆଳସ୍ୟ ଗ୍ରାସ କରିପାରେ।

ତୁଳା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଶତ୍ରୁମାନେ କ୍ଷତି ପହଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ। ଧାର ଦେଇଥିବା ଅର୍ଥ ଫେରି ପାଇବେ।

ବିଛା: ପରିବାରରେ ହସଖୁସିର ବାତାବରଣ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଃଶ୍ଚିନ୍ତା ଲାଗି ରହିବ। ଘରକୁ ଅତିଥି ଆସିବେ।
ଧନୁ: ପୂଜାପାଠରେ ସମୟ ବିତିବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ। ଭାତୃ ବିବାଦ ଦୂର ହୋଇଯିବ।

ମକର: ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ଅଫିସ୍ କାମରେ ସହକର୍ମୀଙ୍କ ସହଯୋଗ ମିଳିବ। ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ।

କୁମ୍ଭ: କର୍ମକ୍ଷେତ୍ର ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଯିବ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

ମୀନ: ଅଫିସ୍‌ରେ ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

The post ୧୮ ଫେବ୍ରୁଆରୀ, ଶୁକ୍ରବାର: ପରିବାରରେ ହସଖୁସିର ବାତାବରଣ ରହିବ appeared first on Odisha Reporter.



from Odisha Reporter https://ift.tt/eS2WyOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages