ପଞ୍ଚାୟତ ନିର୍ବାଚନ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ପଞ୍ଚାୟତ ନିର୍ବାଚନ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ।  ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ଆଜି ସକାଳ ୭ଟାରୁ ଚାଲିଛି ଭୋଟିଂ। ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ।  ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ଭୋଟ ଦେଉଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର। ଏଥିପାଇଁ ୨୦ ହଜାର ୪୩୬ ବୁଥ କରାଯାଇଛି।

ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏ ମତଦାନ ଚାଲିବ।  ଭୋଟରମାନେ ଯେପରି ସୁରୁଖୁରୁରେ ଭୋଟ ଦେଇପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।  କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି । ଏକା ଥରେ ୪ଟି ପଦବୀ ପାଇଁ ଭୋଟିଂ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି।

ପ୍ରଥମେ ସରପଞ୍ଚ, ତା’ପରେ ଓ୍ୱାର୍ଡମେମ୍ବର, ଏହା ପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପର୍‌ରେ ଭୋଟ୍ ଦେବେ ଲୋକେ।  ସରପଞ୍ଚ ପଦବୀ ପାଇଁ ଗୋଲାପୀ, ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି  ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲଟ ପେପର୍ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

The post ପଞ୍ଚାୟତ ନିର୍ବାଚନ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ appeared first on Odisha Reporter.



from Odisha Reporter https://ift.tt/YoMpxNc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages