‘ମମି, ମୁଁ ଯାଉଛି, ମତେ ମାଫ କରିଦେବ। ମୁଁ ଏମିତି ବଞ୍ଚିବା ପାରୁନି!’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 16, 2022

‘ମମି, ମୁଁ ଯାଉଛି, ମତେ ମାଫ କରିଦେବ। ମୁଁ ଏମିତି ବଞ୍ଚିବା ପାରୁନି!’

ଅନୁଗୋଳ(ବିରଜା ଦାସ): ଭଲ ପାଇ ପ୍ରତାରଣା କଲା ପ୍ରେମିକା! ବାହାହେବ କହି ଧୋକା ଦେଲା। ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିନେଲେ ଯୁବକ। ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଲେ ଦୁଇ ପୃଷ୍ଠାର ଚିଠି। ଏନେଇ ଅନୁଗୋଳ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଅନୁଗୋଳ ଥାନା ସୌଭାଗ୍ୟନଗର ଅଭିଜିତ ପଟ୍ଟନାୟକ ଜଣେ ଶିକ୍ଷକଙ୍କ ଝିଅ ରୁମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ଏ ଭଲ ପାଇବା ଦିନେ ଦି ଦୁଇ ଦିନର ନଥିଲା। ଦୀର୍ଘ ୧୫ ବର୍ଷ ଧରି ରୁମାକୁ ଭଲ ପାଉଥିଲେ ଅଭିଜିତ। ରୁମା ମଧ୍ୟ ଅଭିଜିତଙ୍କୁ ମନପ୍ରାଣ ଦେଇ ଭଲ ପାଇଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ଦୁଇ ପରିବାର ଜାଣିବା ପରେ ବିବାହ କରିବାକୁ ସ୍ଥିର ହୋଇଥିଲା।

ହେଲେ ଏହା ଭିତରେ କଣ ହେଲା କେଜାଣି, ହଠାତ୍‌ ରୁମାଙ୍କ ପାଇଁ ତାଙ୍କ ବାପା-ମାଆ ଅନ୍ୟତ୍ର ବାହାଘର ସ୍ଥିର କରିଦେଲେ। ଏ ସମ୍ପର୍କରେ ଜାଣିବା ପରେ ଅଭିଜିତ ଭାଙ୍ଗି ପଡ଼ିଥିଲେ। ଏପରିକି ରୁମା ଓ ତାଙ୍କ ଭାଇ ମଧ୍ୟ ଅଭିଜିତଙ୍କୁ ଫୋନ କରି ଗାଳି ଦେଇଥିଲେ। ରୁମାଙ୍କୁ ଭୁଲି ଯିବା ପାଇଁ କହୁଥିଲେ। ପ୍ରଥମ ପ୍ରେମକୁ ଭୁଲିବା ଅଭିଜିତଙ୍କ ପାଇଁ ଏତେ ସହଜ ନଥିଲା। ସେ ବାରମ୍ୱାର ପ୍ରେମ ନିବେଦନ କରୁଥିଲେ। ମାତ୍ର ରୁମା ତାଙ୍କୁ ବାରମ୍ୱାର ପ୍ରତାରଣା କରିଚାଲି ଥିଲେ। ଆଉ ମରିଯିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଜିତ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ଦୁଇ ପୃଷ୍ଠାର ଚିଠି। ଯେଉଁଥିରେ ସେ ଲେଖିଛନ୍ତି, ମମି ତୁ …ଙ୍କ ମାଆଙ୍କୁ ଫୋନ୍‌ କରି ସରି କହିବୁ। ପ୍ଲିଜ୍‌…। ମମି ମୁଁ ଯାଉଛି। ମୋତେ ମାଫ କରିଦେବ। ମୁଁ ଏମିତି ବଞ୍ଚିବା ପାରୁନି। ଏମିତି ଅନେକ କଥା ଚିଠିରେ ଲେଖିଛନ୍ତି ଅଭିଜିତ।

ସୂଚନାରୁ ପ୍ରକାଶ, ସବୁଦିନ ପରି ୧୩ ତାରିଖ ରାତିରେ ଅଭିଜିତ ଘର ଭିତରକୁ ଶୋଇବାକୁ ଯାଇଥିଲେ। ହେଲେ ସକାଳ କବାଟ ଖୋଲି ନ ଥିଲେ। ପରିବାର ଲୋକ କବାଟ ଖୋଲି ଦେଖିଲା ବେଳକୁ ଅଭିଜିତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲେ। ପ୍ରେମିକାଙ୍କ ଅସହ୍ୟ ନିର୍ଯାତନା ଯୋଗୁ ଅଭିଜିତ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ‘ମମି, ମୁଁ ଯାଉଛି, ମତେ ମାଫ କରିଦେବ। ମୁଁ ଏମିତି ବଞ୍ଚିବା ପାରୁନି!’ appeared first on Odisha Reporter.



from Odisha Reporter https://ift.tt/uBZwTU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages