ହିଜାବ ସପକ୍ଷରେ ନାହାନ୍ତି ତସଲିମା ନସରିନ୍‌, ଆବିର୍ଭାବର କାରଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 16, 2022

ହିଜାବ ସପକ୍ଷରେ ନାହାନ୍ତି ତସଲିମା ନସରିନ୍‌, ଆବିର୍ଭାବର କାରଣ କହିଲେ

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିଲା ତସଲିମା ନସରିନ୍‌। ଏହା ସପକ୍ଷରେ ନଥିବା ତସଲିମା କହିଛନ୍ତି ଯେ, ହିଜାବ, ବୁର୍ଖା ଏବଂ ନିକାବ ଏଗୁଡ଼ିକ ସବୁ ଏକ ଅବଦମନର ପ୍ରତୀକ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ଡ୍ରେସକୋଡ୍‌ ପ୍ରସ୍ତାବ ଉପରେ ତସଲିମା କହିଛନ୍ତି ଯେ,  ଶିକ୍ଷାର ଅଧିକାରକୁ ମୁଁ  ଧାର୍ମିକ ଅଧିକାର ଅର୍ଥରେ ମୁଁ ବିଶ୍ୱାସ କରେ। ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ବୋଲି ତସଲିମା ପ୍ରଶ୍ନ କରିଛନ୍ତି। କିଛି ମୁସଲିମ ହିଜାବ ଆବଶ୍ୟକ ଆଉ କିଛି ହିଜାବ ଅନାବଶ୍ୟକ ବୋଲି ଭାବନ୍ତି।

କିନ୍ତୁ ସପ୍ତମ ଶତାବ୍ଦୀରେ ହିଜାବର ଆବିର୍ଭାବ ଘଟିଥିଲା । କାରଣ ସେତେବେଳେ ମହିଳାମାନଙ୍କୁ ଯୌନ ସାମଗ୍ରୀ ଭାବେ ପରିଗଣିତ କରାଯାଉ ଥିଲା। ସେମାନେ ଭାବୁଥିଲେ ଯଦି ପୁରୁଷମାନେ ମହିଳାଙ୍କୁ ଅନାନ୍ତି ତେଣୁ ତାଙ୍କ ଭିତରେ ଯୌନ ଆକାଂକ୍ଷା ଥିବା ବୁଝିବାକୁ ପଡ଼ିବ । ତେଣୁ ମହିଳାମାନେ ହିଜାବ କିମ୍ବା ବୁର୍ଖା ପିନ୍ଧୁଥିଲେ। ପୁରୁଷମାନଙ୍କଠାରୁ ସେମାନେ ନିଜକୁ ଲୁଚାଇ ରଖୁଥିଲେ। କିନ୍ତୁଏବେକାର ଆଧୁନିକ ସମାଜରେ ମହିଳାମାନେ ପୁରୁଷଙ୍କ ଭଳି ସମାନ ବୋଲି ଆମେ  ଶିଖିଛେ। ତେଣୁ ହିଜାବ, ନିକାବ କିମ୍ବା ବୁର୍ଖା ଏଗୁଡ଼ିକ ସବୁ ଅବଦମନର ପ୍ରତୀକ। ଏହା ମହିଳାମାନଙ୍କୁ ନିଚ୍ଚା କରି ରଖିଥାଏ। ମୁକ୍ତ ସ୍ୱାଧୀନତା ଓ ମୁକ୍ତ ଚିନ୍ତନରେ ପରଦା ପ୍ରତିବନ୍ଧକ ସାଜିଥାଏ।

ସେ କହିଛନ୍ତି ଯେ, ଧର୍ମଠାରୁ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଏକ ଧର୍ମନିରପେକ୍ଷତା ସମାଜରେ ସ୍କୁଲ ଏବଂ କଲେଜରେ ଧର୍ମନିରପେକ୍ଷତା ଡ୍ରେସ୍‌ କୋଡ୍‌ ହେବା ଉଚିତ ବୋଲି ତସଲିମା କହିଛନ୍ତି । ଲୋକମାନଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ରହୁ କିନ୍ତୁ ଏହାକୁ ସେମାନେ ଘରେ କିମ୍ବା ଅନ୍ୟ କେଉଁଠି ପାଳନ କରନ୍ତୁ। କିନ୍ତୁ ଶିକ୍ଷାନୁଷ୍ଠାନ ଭଳି ଧର୍ମନିରେପକ୍ଷ ସଂସ୍ଥାରେ ଧାମିର୍କ କାର୍ଯ୍ୟକଳାପରୁ ଦୂରେଇ ରହିବାର ଉଚିତ। ଧର୍ମ ସହ କୌଣସି  ସମ୍ବନ୍ଧ ନରହିବା ଧର୍ମନିରପକ୍ଷତାର ପ୍ରକୃତ ଅର୍ଥ ବୋଲି ସେ କହିଛନ୍ତି। ପ୍ରତ୍ୟେକ ସଭ୍ୟ ରାଷ୍ଟ୍ରରେ ଧର୍ମନିରପେକ୍ଷତା ଠାରୁ  ଧର୍ମକୁ  ପୃଥକ କରି ରଖାଯାଇଛି।  ଆଇନ୍ ସମାନତା ଅନୁଯାୟୀ ତିଆରି ହେବା ଉଚିତ ଧର୍ମ ଦୃଷ୍ଟିରେ ନୁହଁ ବୋଲି ତସଲିମା କହିଛନ୍ତି। ଜଣେ ବ୍ୟକ୍ତିର ପରିଚୟ ତାର ଧାର୍ମିକ ପରିଚୟ ହେବା ଉଚିତ ନୁହଁ ବୋଲି ସେ କହିଛନ୍ତି।

The post ହିଜାବ ସପକ୍ଷରେ ନାହାନ୍ତି ତସଲିମା ନସରିନ୍‌, ଆବିର୍ଭାବର କାରଣ କହିଲେ appeared first on Odisha Reporter.



from Odisha Reporter https://ift.tt/zAxCegF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages