କୋଇଡା(ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ଖୁଲମଖୁଲା ଦାଦାଗିରି ଦେଖାଇଲେ ଟ୍ରକ୍ ଡ୍ରାଇଭର। ପ୍ରଚାର ପାଇଁ ଯାଉଥିବା ବୋଲେରୋକୁ ପିଟିବା ସହ କାହିଁକି ପିଟିଲ ପଚାରିବାରୁ ବୋଲେରୋ ଡ୍ରାଇଭରକୁ ଛେଛିଲେ। ଏଥିଯୋଗୁ ଉତ୍ତେଜନା ଦେଖାଦେବାରୁ ଦୀର୍ଘ ସମୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଶହଶହ ଟ୍ରକ ଛିଡ଼ା ହୋଇ ରହିଲା। ଏପରି ଅଭାବନୀୟ ଘଟଣା ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାହ୍ନୁସାହି ନିକଟରେ ଘଟିଛି।
ସୂଚନାଯୋଗ୍ୟ, ନିର୍ବାଚନୀ ପ୍ରଚାର ପାଇଁ କାହ୍ନୁସାହିରୁ ଏକ ବୋଲରୋ ଗତକାଲି ମାଲଦା ଅଭିମୁଖେ ଯାଉଥିଲା। ଏହି ସମୟରେ ଖଣିକୁ ଯାଉଥିବା ଏକ ଟ୍ରକ୍ ସହିତ ବୋଲେରୋର ଦୁର୍ଘଟଣା ଘଟିଥିଲା। ଏହାପରେ ବୋଲେରୋ ଚାଳକ ବାହାରକୁ ଆସି ଟ୍ରକ ଚାଳକ ସହିତ ବଚସା କରିଥିଲେ । ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ଟ୍ରକ ଚାଳକ ଏକ ପେଚକସରେ ବୋଲେରୋ ଚାଳକଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ତାଙ୍କୁ ଆହତ ଅବସ୍ଥାରେ କୋଇଡା ମେଡ଼ିକାଲରେ ଭର୍ତ୍ତି କରଯାଇଛି ।
ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ କ୍ଷତିପୂରଣ ଦାବିରେ କାହ୍ନୁସାହି ଓ କଲମଙ୍ଗ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଶହଶହ ଟ୍ରକ ରାସ୍ତାରେ ଠିଆ ହୋଇ ରହିଲା। ଘଟଣା ସମ୍ପର୍କରେ ଖବର ପାଇ କୋଇଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। । ଏହି ରାସ୍ତାଟି ପଞ୍ଚାୟତ ରାସ୍ତା ହୋଇଥିବାରୁ ପୂର୍ବରୁ ଅଞ୍ଚଳବାସୀ ଭାରିଯାନ ଚଳାଚଳକୁ ବିରୋଧ କରି ଆସୁଥିଲେ । ଶେଷରେ ଖଣି ବୋଝେଇ ଟ୍ରକ ଚାଳକଙ୍କ ଉନ୍ମତ କାଣ୍ଡ ପରେ ଏହି ରାସ୍ତାକୁ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଥିଲେ । ହେଲେ ଏବେ ପରିସ୍ଥିତି ସ୍ୱାଭାବିକ ହୋଇଛି।
The post ଟ୍ରକ୍ ଡ୍ରାଇଭରଙ୍କ ଦାଦାଗିରି; ବୋଲେରୋକୁ ପିଟିଲେ, ଡ୍ରାଇଭରକୁ ଛେଚିଲେ appeared first on Odisha Reporter.
from Odisha Reporter https://ift.tt/8HQZqGz
No comments:
Post a Comment