ରାତି ପାହିଲା, ପ୍ରଥମ ଦିନର ଗଣତି ଦ୍ୱିତୀୟ ଦିନରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 26, 2022

ରାତି ପାହିଲା, ପ୍ରଥମ ଦିନର ଗଣତି ଦ୍ୱିତୀୟ ଦିନରେ ପହଞ୍ଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଦ୍ୱିତୀୟ ଦିନ। ତେବେ ଗତକାଲିଠୁ ଆରମ୍ଭ ହୋଇଥିବା ପ୍ରଥମ ଦିନର ଗଣତି ଶେଷ ହୋଇପାରି ନାହିଁ। ଏହା ଆଜି ବି ଜାରି ରହିଛି। ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିଲା। ଶେଷ ଖବର ସୁଦ୍ଧା ଏଥିରୁ ୨୫୬ଟିର ଫଳାଫଳ ଆସିଛି। ସେଥିରୁ ୨୩୦ଟି ଆସନରେ ବିଜେଡି ଜିତିଥିବା ବେଳେ କଂଗ୍ରେସ ଓ ବିଜେପିକୁ ଯଥାକ୍ରମେ ୧୨ ଓ ୧୦ଟି ଆସନ ମିଳିଛି। ସେହିପରି ୨ଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆଉ ୨ଟିରେ ଅନ୍ୟାନ୍ୟ ପ୍ରାର୍ଥୀ ବାଜିମାତ୍ କରିଛନ୍ତି।

୩୧୫ଟି ଆସନରୁ ଏବେ ବି ୫୯ଟିରେ ଗଣତି ଚାଲିଛି। ଏଥିରୁ ଅଧିକାଂଶ ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି। ଯାହା ସୂଚନା ମିଳିଛି ଏହି ସବୁ ଆସନରେ ଗଣତି ଶେଷ ହେବା ପାଇଁ ଆହୁରି ୨ ଘଣ୍ଟା ଲାଗିବ। ଏହା ପରେ ପୂରା ଚିତ୍ର ପଳାଇ ଆସିବ।

ଅନ୍ୟପକ୍ଷରେ ଆଜି ଆଉ ୩୦୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ସକାଳ ୮ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ଗଣତିରେ ବିଳମ୍ବ ହେବାର ଦେଖି ଆଜି ରାଜ୍ୟ ନିର୍ବାଚନ କମିଶନ ଏହି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଗତକାଲି ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ଟେବୁଲର ବ୍ୟବସ୍ଥା କରିଥିବା ବେଳେ ଆଜି ଟେବୁଲ ସଂଖ୍ୟା ବଢ଼ାଇବାକୁ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଶା କରାଯାଉଛି, ଆଜି ଗଣତିରେ ଗତକାଲି ଭଳି ବିଳମ୍ବ ହେବ ନାହିଁ।

The post ରାତି ପାହିଲା, ପ୍ରଥମ ଦିନର ଗଣତି ଦ୍ୱିତୀୟ ଦିନରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/MnpROr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages