କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 18, 2022

କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍, ୧୩ ଶହ ୮୨ ପଞ୍ଚାୟତ ଏବଂ ୧୮ ହଜାର ୪୯୫ ୱାର୍ଡରେ ମତଦାନ ହେବ। ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତସାବ୍ୟସ୍ତ କରିବେ।

ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି।  ଅଧିକାଂଶ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ଆଉ କିଛି ବୁଥକୁ ଯାଉଛନ୍ତି। ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।

ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ସରିବା ପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ।

 

The post କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି appeared first on Odisha Reporter.



from Odisha Reporter https://ift.tt/wEyo0zT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages