ବାଂଲାଦେଶର ଐତିହାସିକ ରନ ଚେଜ, ସମସ୍ତେ ଜଳକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 23, 2022

ବାଂଲାଦେଶର ଐତିହାସିକ ରନ ଚେଜ, ସମସ୍ତେ ଜଳକା

ଢାକା: ନୂଆ ରେକର୍ଡ କରିଛି ବାଂଲାଦେଶ। ପୂର୍ବରୁ ବାଂଲାଦେଶ ଦିନିକିଆ ମ୍ୟାଚ୍‌ରେ କେବେ ହେଲେ ଯାହା କରିପାରି ନଥିଲା, ସେକାମ କରି ଦେଖାଇଛି। ରନ୍‌ ଚେଜ୍‌ରେ ବିରଳ ରେକର୍ଡ କରି ବାଂଲାଦେଶ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ୪ ୱିକେଟରେ ହରାଇ ଦେଇଛି।

ବାଂଲାଦେଶ ପାଇଁ ଏହି ବିଜୟ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଗୋଟିଏ ସମୟରେ ଦଳ ୪୫ ରନ୍‌ରେ ୬ ୱିକେଟ ହରାଇ ସାରିଥିଲା। କିନ୍ତୁ ସପ୍ତମ ୱିକେଟ ପାଇଁ ଆଫିଫ୍ ହୁସେନ୍ ଓ ମେହେଦି ହାସନ୍ ଅପରାଜିତ ୧୭୪ ରନ୍‌ ଯୋଡ଼ି ବାଂଲାଦେଶକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି।

ଦିନିକିଆ କ୍ରିକେଟରେ ସପ୍ତମ ୱିକେଟ୍ ପାଇଁ ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ଭାଗିଦାରୀ। ସପ୍ତମ ୱିକେଟ୍ ପାଇଁ ସର୍ବାଧିକ ଭାଗିଦାରୀର ରେକର୍ଡ ଇଂଲଣ୍ଡର ଜୋଶ ବଟଲରର ଓ ଆଦିଲ ରସିଦଙ୍କ ନାଁରେ ରହିଛି। ଉଭୟ ୨୦୧୫ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବର୍ମିଂହାମ ଦିନିକିଆରେ ୧୭୭ ରନ୍‌ର ଭାଗିଦାରୀ କରିଥିଲେ। ଏବେ ଆଫିଫ ଓ ମେହେଦି ୧୭୪ ରନ୍‌ ଯୋଡ଼ିଛନ୍ତି। ବାଂଲାଦେଶ କ୍ରିକେଟରେ କେବେ ହେଲେ କୌଣସି ଖେଳାଳି ୭ମ ୱିକେଟ ପାଇଁ ଏତେ ସଂଖ୍ୟକ ରନ ଯୋଡ଼ି ନଥିଲେ।


ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ୪୯.୧ ଓଭର୍‌ରେ ଦଳ ୨୧୫ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ବାଂଲାଦେଶ ୪୮.୫ ଓଭରରେ ୬ ୱିକେଟ୍ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ଆଫିଫ ହୁସେନ ୧୫୫ ବଲରେ ଅପରାଜିତ ୯୩ ରନ କରିଛନ୍ତି। ଏହି ଇନିଂସରେ ସେ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ମେହେଦି ହାସନ ୧୨୦ ବଲରେ ଅପରାଜିତ ୮୧ ରନ୍‌ କରିଛନ୍ତି। ସେ ୯ଟି ଚୌକା ମାରିଥିଲେ।

ଆଫଗାନ ପକ୍ଷରୁ ଫଜଲ ହକ ଫାରୁକି ୪ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ ଓ ମୁଜିବ ଉର ରହମାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଏହାପୂର୍ବରୁ ଆଫଗାନିସ୍ତାନ ନଜିବୁଲ୍ଲା ଜଦ୍ରାନଙ୍କ ୬୭ ରନ୍‌ ବଳରେ ୨୧୫ ରନ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ ଚମତ୍କାର ବୋଲିଂ ମାତ୍ର ୩୫ ରନ୍‌ ବଳରେ ୩ ୱିକେଟ ନେଇଥିଲେ।

The post ବାଂଲାଦେଶର ଐତିହାସିକ ରନ ଚେଜ, ସମସ୍ତେ ଜଳକା appeared first on Odisha Reporter.



from Odisha Reporter https://ift.tt/RQ4xN6H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages