ଭୋଟ୍‌ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 23, 2022

ଭୋଟ୍‌ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର):  ମତଦାନ ପୂର୍ବରୁ  ନିଖୋଜ ହୋଇଯାଇଛନ୍ତି ସରପଞ୍ଚ ପ୍ରାର୍ଥୀ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ବିଶୋଇ ବ୍ଲକର ଭାତଛାତ୍ର ପଞ୍ଚାୟତରେ।  ନିଖୋଜ ସରପଞ୍ଚ ପ୍ରାର୍ଥୀ ହେଲେ ସଦାନନ୍ଦ ଟୁଡୁ। ସେ ଭାତଛାତ୍ର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ।

ମିଳିଥିବା ସୂଚନା ଅନୁସାରେ,  ଗତକାଲି ସଦାନନ୍ଦ ରାତି ୮ଟା ସମୟରେ ବାଇକ୍ ଯୋଗେ ବାହାରକୁ ଯାଇ  ଘରକୁ ଫେରି ନଥିଲେ।  ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ।  ଏନେଇ ଗତକାଲି ରାତିରେ ସଦାନନ୍ଦଙ୍କ ପତ୍ନୀ  ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ତାଙ୍କ ବାଇକ୍ ଜବତ କରିଛି। ଏପର୍ଯ୍ୟନ୍ତ ସଦାନନ୍ଦଙ୍କ କୌଣସି ପତ୍ତା ମିଳିନାହିଁ। ବିଶୋଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆଜି ଭାତଛାତ୍ର ପଞ୍ଚାୟତରେ ନିର୍ବାଚନ ରହିଛି।

The post ଭୋଟ୍‌ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ appeared first on Odisha Reporter.



from Odisha Reporter https://ift.tt/ArYwyLQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages