ପୋଖରୀକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 23, 2022

ପୋଖରୀକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା, ମିଳିଲା ମୃତଦେହ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା। ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ସେମାନଙ୍କ ମୃତଦେହ। ଏପରି ଅଭାବନୀୟ ଘଟଣା ଗତକାଲି ମାଲକାନଗିରି ଥାନା ଅଂଚଳରେ ଘଟିଯାଇଛି। ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା । ଉଭୟଙ୍କ ଘର ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ୨ ଶିଶୁ ଘର ନିକଟସ୍ଥ ପୋଖରୀକୁ ଯାଇ ଗାଧୋଉଥିଲେ।  ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ୨ ଜଣ ପୋଖରୀରେ ଗାଧୋଉଥିବା ସ୍ଥାନୀୟ ଲୋକେ କହିବା ପରେ ପରିବାର ଲୋକ ସେଠାରେ ଖୋଜାଖୋଜି କରି କୌଣସି ପତ୍ତା ପାଇ ନ ଥିଲେ।

ଏହାପରେ ଖବର ପାଇ  ପୁଲିସ  ଓ  ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପୋଖରୀରୁ  ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

The post ପୋଖରୀକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା, ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/6nbHqUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages