ସ୍ୱଦେଶ ଫେରିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 26, 2022

ସ୍ୱଦେଶ ଫେରିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ସ୍ୱଦେଶ ଫେରିଲେ ଯୁଦ୍ଧଗ୍ରସ୍ତ ୟୁକ୍ରେନ ଭିତରେ ଫସିଥିବା ୨୫୦ ଭାରତୀୟ ନାଗରିକ। ଆଜି ସକାଳୁ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ବୁଖାରେଷ୍ଟରୁ ଦିଲ୍ଲୀରେ ପହଞ୍ଚିଛି। ମିଶନ ଗଙ୍ଗା ଜରିଆରେ ଏହି ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍‌ରୁ ଭାରତକୁ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବିଦେଶ ରାଜ୍ୟ ମନ୍ତ୍ରୀ ବି.ମୁରଲିଧରନ୍‌ ବୁଖାରେଷ୍ଟ ଦେଇ ୟୁକ୍ରେନ୍‌ରୁ ସୁରକ୍ଷିତ ଫରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି। ସେପଟେ ବୁଡାଫେଷ୍ଟ (ହଙ୍ଗେରୀ)ରୁ ଆଉ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।

ରୁଷର ସାମରିକ ଆକ୍ରମଣ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ଶନିବାର ଏହି ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମ ବିମାନ, AI 1944 ସନ୍ଧ୍ୟାରେ ବୁଖାରେଷ୍ଟରୁ ୨୧୯ ଜଣଙ୍କୁ ନେଇ ମୁମ୍ବାଇ ଆସିଥିଲା। ଆଜି ଭୋରୁ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି।

ଅନ୍ୟ ଲୋକଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ପ୍ରସଙ୍ଗ ଉଠାଇଥିଲେ।

ରୁଷ ଆକ୍ରମଣ କାରଣରୁ ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି। ଭାରତୀୟ ନାଗରିକ ୟୁକ୍ରେନରୁ ବସ୍ ଜରିଆରେ ରୋମାନିଆ ପହଞ୍ଚୁଛନ୍ତି। ଗତକାଲି ରୋମାନିଆ ସହରର ବୁଖାରେଷ୍ଟରୁ ୨୧୯ ଭାରତୀୟ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଞ୍ଚିଥିଲା।

ଯୁଦ୍ଧଗ୍ରସ୍ତ ୟୁକ୍ରେନ ଭିତରୁ ଭାତର ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅଭିଜାନକୁ ଜୋରଦାର କରିଛି। ୟୁକ୍ରେନର ଭାରତୀୟ ଅଧିକାରୀମାନେ ନିଜ ଲୋକଙ୍କୁ ପଡୋଶୀ ଦେଶକୁ ପଠାଇବାରେ ଅନେକ ଜଟିଳତାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୬,୦୦୦ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି।

The post ସ୍ୱଦେଶ ଫେରିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ appeared first on Odisha Reporter.



from Odisha Reporter https://ift.tt/Mfdb2cA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages