ସ୍କୁଟିରେ ବସି ଗପୁଥିଲେ ୨ ସାଙ୍ଗ, ମାଡ଼ି ଆସିଲା ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

ସ୍କୁଟିରେ ବସି ଗପୁଥିଲେ ୨ ସାଙ୍ଗ, ମାଡ଼ି ଆସିଲା ମୃତ୍ୟୁ

ବୌଦ୍ଧ(ଦୀପକ ଅଦାର): ସନ୍ଧ୍ୟା ବେଳେ ମହାନଦୀର ସୁଲସୁଲିଆ ପବନର ମଜା ନେବା ସହ ଖଟି କରିବାକୁ ଏକ ସ୍କୁଟିରେ ବୌଦ୍ଧ ମହାନଦୀ ବ୍ରିଜ ଉପରକୁ ଆସିଥିଲେ ୨ ସାଙ୍ଗ । ଏକ ସାଇଡରେ ସ୍କୁଟି ରଖି ତା’ ଉପରେ ଦୁଃଖସୁଖ ହେଉଥିଲେ। ଏହି ସମୟରେ ଆଖି ପିଛୁଳାକେ ମାଡ଼ି ଆସିଲା ମୃତ୍ୟୁ। ହଠାତ୍‌ ରାସ୍ତାର ଅପରପାର୍ଶ୍ୱରେ ଯାଉଥିବା ଏକ କାର୍‌  ମାଡ଼ି ଆସି ୨ ସାଙ୍ଗଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ ଉପରେ ଘଟିଛି। ମୃତ ୨ ସାଙ୍ଗ ହେଲେ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ଓ ଅଭିଷେକ ସାହୁ । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ପରେ ରେଢ଼ାଖୋଲ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍‌ ଯାଉଥିଲା। ଏହି ସମୟରେ ରାସ୍ତାର ବିପରୀତ ଦିଗରେ ଏକ ସ୍କୁଟି ଉପରେ ମୋତିଲାଲ ଓ ଅଭିଷେକ ବସିଥିଲେ। ଏହି ସମୟରେ ହଠାତ୍‌ କାର୍‌ଟି ବାମ ପଟୁ ଡାହଣ ପଟକୁ ମାଡ଼ି ଆସିଥିଲା। କାର୍‌ଟି ପ୍ରଥମେ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ବ୍ରିଜ୍‌ ବାଡ଼ାରେ ପିଟି ହୋଇ ସ୍କୁଟି ଉପରେ ବସିଥିବା ୨ ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ   ଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ୍‌ ଚାଳକଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ  ବୁର୍ଲା ସ୍ଥାନାନ୍ତର କରାଯାଇଛି।  

ଏଥିଯୋଗୁ ବ୍ରିଜ ଉପରେ ଦୀର୍ଘ ସମୟ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।  ଖବର ପାଇ ବୌଦ୍ଧ ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ୩ଟିକୁ ଜବତ କରିଛି । ଏଥିସହ ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିଛି।

ଦୁର୍ଘଟଣା ସମୟରେ କାର୍‌ରେ ଥିବା ଚାଳକ ଓ ଅନ୍ୟମାନଙ୍କ ସମ୍ପର୍କରେ କିଛି ଖବର ମିଳି ନ ଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।

The post ସ୍କୁଟିରେ ବସି ଗପୁଥିଲେ ୨ ସାଙ୍ଗ, ମାଡ଼ି ଆସିଲା ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/BQrY2Rw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages