ନିର୍ବାଚନ ପୂର୍ବରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

ନିର୍ବାଚନ ପୂର୍ବରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ । ମୁମୂର୍ଷ  ଅବସ୍ଥାରେ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ସାନ ଅଢ଼ଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁ  । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ସୂଚନାଯୋଗ୍ୟ, ଆଜି ନିର୍ବାଚନ ଥିବା ବେଳେ ଗତକାଲି ରାତିରେ ସ୍ଥାନୀୟ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳ ନିକଟରୁ ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । କିଛି ବିରୋଧି ଗୋଷ୍ଠୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅମୀୟଙ୍କୁ ଆକ୍ରମଣ ହୋଇଥିବା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।  ଖବରପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ନିର୍ବାଚନ ପୂର୍ବରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/HuQbBmp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages