ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ସେ କର୍ମୀଙ୍କ ପାଦ ଛୁଇଁଛନ୍ତି। ଏଭଳି ପାଦ ଛୁଇଁ ମୋଦି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ପୁଣି ଥରେ ଦେଶବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଚାରୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି। ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମୋଦି ପାଦ ଛୁଇଁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘନ ଘନ ପ୍ରଚାର କରୁଛନ୍ତି। ଲଗାତାର ସେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି। ଗତକାଲି ସେ ଉନ୍ନାଓରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିଲେ। ସେଠାକାର ପୂରବା ବିଧାନସଭା କ୍ଷେତ୍ରର ଚନ୍ଦନେଡା ଗାଁରେ ନିର୍ବାଚନୀ ପ୍ରଚାର କରିବା ସହ ଏକ ଜନସଭାକୁ ସମ୍ବୋଧିତ କରିବା ପାଇଁ ପହଞ୍ଚିଥିଲେ ମୋଦି।
ଏଠାରେ ମୋଦିଙ୍କୁ ଉନ୍ନାଓ ବିଜେପି ଜିଲ୍ଲା ସଭାପତି ଅବଧେଶ କଟିୟାର ସ୍ୱାଗତ ସମ୍ମାନ ଜଣାଇବା ସହ ଶ୍ରୀରାମଙ୍କ ଏକ ମୂର୍ତ୍ତି ଉପହାର ଦେଇଥିଲେ। ଏହାପରେ ସେ ମୋଦିଙ୍କ ପାଦ ଛୁଇଁଥିଲେ। ଏହା ଦେଖି ତୁରନ୍ତ ମୋଦି ତାଙ୍କୁ ଅଟକାଇ ଥିଲେ। କିଏ ତାଙ୍କ ପାଦ ସ୍ପର୍ଶ କରୁ ବୋଲି ସେ ଚାହୁଁନଥିବା ମୋଦି ଇଶାରାରେ କହିଥିଲେ। କିନ୍ତୁ ଏହାପରେ ସେ ନିଜେ ଅବଧେଶଙ୍କ ପାଦ ଛୁଇଁଥିଲେ। ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି।
ବିଜେପି ନେତା ଅରୁଣ ଯାଦବ ଏହି ଭିଡିଓ ସେୟାର କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଜଣେ କାର୍ଯ୍ୟକର୍ତ୍ତାଙ୍କ ପାଦ କେବଳ ମୋଦି ହିଁ ସ୍ପର୍ଶ କରିପାରନ୍ତି। କାରଣ ଶ୍ରୀରାମଙ୍କ ମୂର୍ତ୍ତି ଦେଇଥିବା ବ୍ୟକ୍ତି ତାଙ୍କ ପାଦ ସ୍ପର୍ଶ କରୁ ବୋଲି ମୋଦି ଚାହାଁନ୍ତି ନାହିଁ ।’
ସୂଚନାଯୋଗ୍ୟ, ନିକଟରେ ଅବଧେଶଙ୍କୁ ନୂଆ ଦାୟିତ୍ୱ ମିଳିଥିଲା। ସେ ପୂର୍ବରୁ ସାଧାରଣ ସମ୍ପାଦକ ଥିଲେ। ନିର୍ବାଚନ ପୂର୍ବରୁ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିଲା। ଉନ୍ନାଓରେ ୬ଟି ବିଧାନସଭା ଆସନରେ ୨୩ ତାରିଖରେ ମତଦାନ ହେବ। ଏଥିରେ ଅବଧେଶଙ୍କର ବଡ ଭୂମିକା ରହିଛି।
जिनके रोम-रोम में प्रभु श्री राम का वास हो, ऐसे हमारे मोदी जी को जब रघुवर की प्रतिमा भेंट की गई तो उन्होंने देने वाले के चरण स्पर्श कर आभार जताया। pic.twitter.com/yR9wOfG6O0
— BJP Uttar Pradesh (@BJP4UP) February 20, 2022
The post ବିଜେପି କର୍ମୀଙ୍କ ପାଦ ଛୁଇଁଲେ ମୋଦି appeared first on Odisha Reporter.
from Odisha Reporter https://ift.tt/QWeh40H
No comments:
Post a Comment