ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 24, 2022

ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ କିଭ୍‌ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ପ୍ରଥମ ଦିନ ରୁଷ କରିଥିବା ହମଲାରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଥିବା ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି କହିଛନ୍ତି। ସେ କହିଛନ୍ତି, ରୁଷ କରିଥିବା ଆକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ୧୩୭ ଜଣ ସାଧାରଣ ଲୋକ ଓ ଯବାନଙ୍କୁ ହରାଇଛି। ଏହି ମୃତକମାନଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଜେଲେନସ୍କି ହିରୋର ଆଖ୍ୟା ଦେଇଛନ୍ତି। ଏଥିସହ ରୁଷ ସହ ଲଢ଼େରେ ଶତାଧିକ ଯବାନ ଓ ସାଧାରଣ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

ଜେଲେନସ୍କି କହିଛନ୍ତି, ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି।

ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ। ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି। ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ। ଆଗକୁ ବି ଲଢ଼େଇ ଜାରି ରହିବ। ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ରୁଷ ସୈନ୍ୟ ରାଜଧାନୀ କିଭ୍‌ ନିକଟରେ ପହଞ୍ଚି ଯାଇଛନ୍ତି। ଏହାକୁ ସେମାନେ କୌଣସି ବି ମୁହୂର୍ତ୍ତରେ ଦଖଲ କରିପାରନ୍ତି। ସେହିପରି କିଭ୍‌ ଉପରେ ରୁଷ ଏୟାର ଷ୍ଟ୍ରାଇକ କରିଥିବା ମଧ୍ୟ ଖବର ମିଳିଛି। ଏହାବାଦ ରୁଷ ଯବାନମାନେ ୟୁକ୍ରେନର ଶତାଧିକ ସୈନ୍ୟଙ୍କୁ ବନ୍ଧକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ସୈନ୍ୟ ବି ରହିଛନ୍ତି।

ରୁଷ ଯେଉଁ ଲକ୍ଷ୍ୟ ନେଇ ହମଲା କରିଥିଲା, ତା’ହା ପ୍ରଥମ ଦିନରେ ପୂରଣ ହୋଇଛି। ରୁଷ ହମଲାରେ ୭୦ରୁ ଅଧିକ ଏୟାରବେସ ଓ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି ବୋଲି ମସ୍କୋ ଦାବି କରିଛି।

ହେଲେ ୟୁକ୍ରେନ ଏଥିରେ ଏକମତ ହୋଇନାହିଁ। ୟୁକ୍ରେନ କହିଛି ଯେ ରୁଷର ୭ରୁ ଅଧିକ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଖସାଇ ଦିଆଯାଇଛି। ସେହିପରି ୯୦ ଜଣ ରୁଷ ସୈନ୍ୟଙ୍କୁ ଗିରଫ କରାଯାଇଛି।

The post ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ appeared first on Odisha Reporter.



from Odisha Reporter https://ift.tt/MuEAvxQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages