ଅମୃତସର : ପଞ୍ଜାବ ନିର୍ବାଚନ ପୂର୍ବରୁ ପରସ୍ପର ମଧ୍ୟରେ ଆକ୍ଷେପ ଓ ରାଜନୈତିକ କୁତ୍ସାରଟନା ଚରମସୀମାରେ ପହଞ୍ଚିଛି। ପଞ୍ଜାବର ଆମ ଆଦମୀ ପାର୍ଟି(ଆପ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନନ ଜଣେ ମଦ୍ୟପ ଏବଂ ଅଶିକ୍ଷିତ ବ୍ୟକ୍ତି । ତାଙ୍କ ବିରୋଧରେ ଏମିତି ଆକ୍ଷେପ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ଭଗୱନ୍ତ ୩ ବର୍ଷରେ ଦ୍ୱାଦଶ ପାସ୍ କରିଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ପଞ୍ଜାବର ଭାଗ୍ୟକୁ କେମିତି ଦେଇଦେବୁ ବୋଲି ଚନ୍ନି ପ୍ରଶ୍ନ କରିଛନ୍ତି। ଭଟିଣ୍ଡାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଏମିତି କହିଛନ୍ତି ଚନ୍ନି। ଦୁଇ ଦିନ ପୂର୍ବେ ଚନ୍ନିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ପ୍ରଶ୍ନ ଉଠାଇଥିଲା ଆପ୍। ଏହାର ଜବାବରେ ଚନ୍ନି ଏଭଳି ଟିପ୍ପଣୀ ରଖିଛନ୍ତି।
ପଞ୍ଜାବରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦିଲ୍ଲୀରୁ ପରିଚାଳିତ ହେଉଛି। ଏଠିକାର କଂଗ୍ରେସର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ବସିଥିବା ନେତାଙ୍କ ହାତରେ ରହିଛି। ହେଲେ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କଲେ ପଞ୍ଜାବରୁ ହିଁ ପରିଚାଳନା କରିବ। ଏକ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇ ଏହା କହିଥିଲେ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣ ଜିତ ସିଂ ଚନ୍ନିଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇ ଥିଲା ଆପ୍ । କାର୍ଯ୍ୟକ୍ରମରେ ଭଗୱନ୍ତ ମନନ କହିଛନ୍ତି ଯେ, ଚନ୍ନିଙ୍କୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି। ସେମାନେ ଅମରିନ୍ଦର ସିଂଙ୍କ ନାମରେ ଭୋଟ୍ ପାଇଥିଲେ। ତେଣୁ ଚନ୍ନିଙ୍କୁ କିଏ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ବୋଲି ଭଭୱନ୍ତ ପ୍ରଶ୍ନ ଉଠାଇଥିଲେ।
The post ଭଗୱନ୍ତ ମନନ ଜଣେ ମଦ୍ୟପ ଏବଂ ଅଶିକ୍ଷିତ ବ୍ୟକ୍ତି: ପଞ୍ଜାବ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/7UGhC28
No comments:
Post a Comment