କିଭ୍: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ। କିଏ କାହାଠାରୁ କମ୍ ନୁହନ୍ତି। ତେବେ ୟୁକ୍ରେନକୁ ଦଖଲ କରିବା ପାଇଁ ରୁଷ ଘନଘନ ମିସାଇଲ ମାଡ କରୁଛି। ଗୋଟିଏ ପରେ ଗୋଟିଏ ବିଲ୍ଡିଂ ଉପରେ କରୁଛି ବିସ୍ଫୋରଣ। ୟୁକ୍ରେନ୍କୁ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ସେପଟେ ୟୁକ୍ରେନ ମଧ୍ୟ ରୁଷକୁ ଦେଉଛି କଡା ଟକ୍କର। ଏହାରି ଭିତରେ ଗୁଳିମାଡରେ ଶତ୍ରୁ ଦେଶର ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ନେଇ ଏବେ ୟୁକ୍ରେନ୍ କରୁଛି ଦାବି।
ୟୁକ୍ରେନ୍ ଖାରକିଭ୍ରେ ରୁଷର ମେଜର ଜେନେରାଲ ୟୁକ୍ରେନ୍ ସୈନ୍ୟଙ୍କ ଆକ୍ରମଣରେ ଆଖିବୁଜିଛନ୍ତି। ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି। ‘ଦ କିଭ୍ ଇଣ୍ଡିପେଣ୍ଡେଣ୍ଟ’ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଦାବି କରିଛି। ଏହାପୂର୍ବରୁ ରୁଷର ଅନ୍ୟ ଜଣେ ବରିଷ୍ଠ ସୈନ୍ୟ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ନେଇ ୟୁକ୍ରେନ୍ ଦାବି କରିଥିଲା।
‘ଦ କିଭ୍ ଇଣ୍ଡିପେଣ୍ଡେଣ୍ଟ’ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ଗୁପ୍ତଚର ବିଭାଗ କହିଛି ଯେ ଖାରକିଭ୍ ନିକଟରେ ୟୁକ୍ରେନ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କୁ ହତ୍ୟା କରିଛି। ଗେରାସିମବ ରୁଷର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ ଥିଲେ, ଯିଏ ଦ୍ୱିତୀୟ ଚେଚନ୍ୟା ଯୁଦ୍ଧରେ ଭାଗ ନେଇଥିଲେ ଏବଂ ତାଙ୍କୁ କ୍ରିମିଆ ଉପରେ କବ୍ଜା କରିଥିବା ନେଇ ବୀର ପଦକରେ ସମ୍ମାନୀତ କରାଯାଇଥିଲା। ବିଟାଲି ସିରିଆ ଯୁଦ୍ଧରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ।
କିଛି ଦିନ ପୂର୍ବରୁ ରୁଷର ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋଭେତ୍ସକିଙ୍କୁ ୟୁକ୍ରେନ ସୈନ୍ୟମାନେ ହତ୍ୟା କରିଥିଲେ। ପୁଟିନଙ୍କ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଥିବା ଆନ୍ଦ୍ରେଇ ରୁଷର ସପ୍ତମ ଏୟାରବୋର୍ନ ଡିଭିଜନର କମାଣ୍ଡିଂ ଅଫିସର ଥିଲେ। ଫେବୃଆରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ରୁଷ ତା’ର ଦୁଇଜଣ ବରିଷ୍ଠ ସୈନିକଙ୍କୁ ହରାଇଛି। ସେପଟେ କିନ୍ତୁ ରୁଷ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
The post ୟୁକ୍ରେନ୍ର ବଡ ଦାବି, ଗୁଳିମାଡରେ ଟଳିଲେ ରୁଷର ମେଜର ଜେନେରାଲ appeared first on Odisha Reporter.
from Odisha Reporter https://ift.tt/5zEpSfT
No comments:
Post a Comment