ମଝି ଆକାଶରେ ଦିଦିଙ୍କ ବିମାନ ଆଗକୁ ଆସିଲା ଆଉ ଏକ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 7, 2022

ମଝି ଆକାଶରେ ଦିଦିଙ୍କ ବିମାନ ଆଗକୁ ଆସିଲା ଆଉ ଏକ ବିମାନ

କୋଲକାତା: ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମଝି ଆକାଶରେ ଦିଦିଙ୍କ ବିମାନ ଆଗକୁ ଚାଲିଆସିଲା ଆଉ ଏକ ବିମାନ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ନେଇ ସୋମବାର ଖୋଦ ସୂଚନା ଦେଇଛନ୍ତି ମମତା ବାନାର୍ଜୀ।

ଶୁକ୍ରବାର ବାରଣାସିରୁ ଫେରିବା ସମୟରେ ତାଙ୍କ ଚାଟାର୍ଡ ବିମାନରେ ଅଳ୍ପ ତ୍ରୁଟି ଦେଖାଦେଇଥିଲା। ସୋମବାର ସେ କହିଛନ୍ତି ଯେ, ତାଙ୍କ ବିମାନ ସାମ୍ନାରେ ଆଉ ଏକ ବିମାନ ଚାଲି ଆସିଥିଲା। ​​ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ତେବେ ଏଥିରେ ଦିଦିଙ୍କ ପିଠି ଏବଂ ଛାତିରେ ଆଘାତ ଲାଗିଥିଲା। ବିମାନ ଉଡ଼ାଣ ସମୟରେ ସମସ୍ୟା ସୃଷ୍ଟି ହେବା ପରେ ପଶ୍ଚିମବଙ୍ଗ ସରକାର ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଏକ ରିପୋର୍ଟ ତଲବ କରିଥିଲେ।

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବା ପରେ ପଶ୍ଚିମବଙ୍ଗ ଫେରୁଥିଲେ ମମତା। ଏତିକି ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଦିଦି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ‘ହଠାତ୍‌ ଆଉ ଏକ ଅନ୍ୟ ବିମାନ ତାଙ୍କ ବିମାନ ସାମ୍ନାକୁ ଆସିଥିଲା। ଯଦି ପରିସ୍ଥିତି ୧୦ ସେକେଣ୍ଡ ପାଇଁ ସମାନ ରହିଥାନ୍ତା, ତେବେ ଦୁଇଟି ବିମାନ ଧକ୍କା ହୋଇଥାନ୍ତା। ପାଇଲଟଙ୍କ ତତ୍ପରତା ହେତୁ ମୁଁ ବର୍ତ୍ତି ଯାଇଥିଲି।  ବିମାନଟି ଛଅ ହଜାର ଫୁଟକୁ ତଳକୁ ଖସି ଆସିଥିଲା। ମୋର ପିଠି ଏବଂ ଛାତିରେ ଆଘାତ ଲାଗିଛି। ମୁଁ ଏବେ ଯନ୍ତ୍ରଣା ଭୋଗୁଛି।’

ସୂଚନା ମୁତାବକ, ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯେଉଁ ଚାଟାର୍ଡ ବିମାନରେ ଯାଉଥିରେ ସେଥିରେ ସାମାନ୍ୟ ତ୍ରୁଟି ଦେଖାଦେବା ପରେ ବିମାନଟି ଜୋରରେ ହଲିବାକୁ ଲାଗିଥିଲା। ଏହାପରେ ପାଇଲଟ ବିମାନଟିକୁ ସୁଭାଷ ଚନ୍ଦ୍ର ବୋସ୍‌ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ମମତା ବାନାର୍ଜୀ ଡାସଲ୍ଟ ଫାଲକନ ୨୦୦୦ ବିମାନରେ ଯାତ୍ରା କରୁଥିଲେ। ଏହା ଏକ ହାଲୁକା ବିମାନ, ଏଥିରେ ଦୁଇଜଣ ବିମାନ କର୍ମଚାରୀଙ୍କ ସମେତ ସର୍ବାଧିକ ୧୯ଜଣଙ୍କୁ ବହନ କରିବାର କ୍ଷମତା ରହିଛି।

The post ମଝି ଆକାଶରେ ଦିଦିଙ୍କ ବିମାନ ଆଗକୁ ଆସିଲା ଆଉ ଏକ ବିମାନ appeared first on Odisha Reporter.



from Odisha Reporter https://ift.tt/aTb365k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages