ଅହମ୍ମଦାବାଦ: ପୁଅ ଯେତେ ବଡ଼ ହେଲେ ବି ମା’ ପାଖରେ ବାଳୁତ ପିଲା । ସଫଳତାର ଶିଖର ଛୁଇଁ ପୁଅ ରାଜ ସିଂହାସନରେ ଅଭିଷିକ୍ତ ହେଲେ ମଧ୍ୟ ତାହା କେବେ ମା’ ଠାରୁ ବଡ଼ ହୋଇପାରେନା । ମା’ର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଶକ୍ତିର ପଟ୍ଟାନ୍ତର ନାହିଁ। ତା’ର ପଣତକାନି ଆକାଶ ପରି ଅନନ୍ତ ଓ ସମୁଦ୍ର ପରି ଅଗଭୀର। ପୁଅ ଯେଉଁଠି ଥାଉ ଥରେ ମା’ ପାଖକୁ ଫେରି ଆସିଲେ ତା’ମନ ପୁରି ଉଠେ। ଶ୍ରଦ୍ଧାରେ କୋଳେଇ ନିଏ। ତା ସୁଖ ଦୁଃଖ ବୁଝେ। ଗୁରୁବାର ଏମିତି ଏକ ଭାବପ୍ରବଣ ଦୃଶ୍ୟ ସୋଶାଲ ମିଡିଆରେ ଭାଇରଲ ହୋଇଛି। ଦୃଶ୍ୟଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ ଏକାଠି ଗୋଟିଏ ଟେବୁଲରେ ଖାଇବା।
Gujarat: Prime Minister Narendra Modi meets his mother Heeraben Modi at her residence, in Gandhinagar pic.twitter.com/4CvlnsPQtm
— ANI (@ANI) March 11, 2022
ଉଭୟେ ଶ୍ରଦ୍ଧାରେ ଖାଉଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ନେଇ ଲୋକେ ଭାବପୂର୍ଣ୍ଣ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଅହମ୍ମଦାବାଦରେ ବିଶାଳ ରୋଡ଼ ଶୋ’ କରିଥିଲେ। ପରେ ଗାନ୍ଧିନଗରରେ ରହୁଥିବା ନିଜ ମା’ ହୀରାବେନଙ୍କୁ ମୋଦି ଭେଟିଥିଲେ। ମାଙ୍କ ପାଦ ତଳେ ମୁଣ୍ଡିଆମାରି ଆଶୀର୍ବାଦ ମଧ୍ୟ ନେଇ ଥିଲେ । ପରେ ମା-ପୁଅ ଏକାଠି ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ମୋଦି ଗାନ୍ଧୀନଗରରେ ରୁହନ୍ତି। ଅନେକ ସମୟରେ ମୋଦି ନିଜ ମା’ଙ୍କୁ ଭେଟିବା ପାଇଁ ସେଠାକୁ ଯାଆନ୍ତି। ଜନ୍ମଦିନରେ ମା’ଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେବାକୁ କେବେ ଭୁଲନ୍ତିନି ମୋଦି।
The post ମା’ ସହ ଭୋଜନ କଲେ ମୋଦି, ଆଶୀର୍ବାଦ ନେଲେ appeared first on Odisha Reporter.
from Odisha Reporter https://ift.tt/MF4pV17
No comments:
Post a Comment