ମିତାଲିଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ, ସଚିନ୍‌ଙ୍କ କ୍ଲବ୍‌ରେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 5, 2022

ମିତାଲିଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ, ସଚିନ୍‌ଙ୍କ କ୍ଲବ୍‌ରେ ସାମିଲ

ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ଭାରତ ଆଜି ଠାରୁ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ କ୍ୟାପ୍‌ଟେନ୍‌ ମିତାଲି ରାଜ୍‌ଙ୍କ ସହିତ ଯୋଡ଼ି ହୋଇଯାଇଛି ଏକ ନୂଆ ରେକର୍ଡ। ପ୍ରଥମ ମହିଳା କ୍ରିକେଟର ଭାବେ ମିତାଲି ୬ଟି ବିଶ୍ୱକପ୍‌ରେ ଖେଳିବାର ଗୌରବ ଅର୍ଜନ କରିଛନ୍ତି।

୨୦୦୦ରେ ମିତାଲି ପ୍ରଥମ ବିଶ୍ୱକପ୍ ଖେଳିଥିଲେ। ତା’ପରେ ୨୦୦୫, ୨୦୦୯, ୨୦୧୩ ଓ ୨୦୧୭ ବିଶ୍ୱକପ୍‌ ଟିମ୍‌ରେ ସେ ସାମିଲ ହୋଇଥିଲା। ଆଉ ୨୦୨୨ ବିଶ୍ୱକପ୍ ଟିମ୍‌ରେ ସାମିଲ ହେବା ସହିତ ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ଡ୍ୟାବି ହୋକ୍‌ଲି ଓ ଇଂଲଣ୍ଡର ଚାରଲୋଟ ଏଡ୍‌ୱାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ମିତାଲି ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର। ସଚିନ୍ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ୱକପ୍‌ ଖେଳିଥିଲେ। ସେହିଭଳି ସଚିତ ଓ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେସ ମିଆଁଦାଦାଙ୍କ ପରେ ମିତାଲି ହେଉଛନ୍ତି ତୃତୀୟ କ୍ରିକେଟର ଯିଏ ୬ଟି ବିଶ୍ୱକପ୍‌ ଖେଳିଛନ୍ତି।

ଆଜି ମହିଳା ବିଶ୍ୱକପ୍‌ରେ ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳୁଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ଦଳ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୨୪୪ ରନ୍ କରିଛି।

The post ମିତାଲିଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ, ସଚିନ୍‌ଙ୍କ କ୍ଲବ୍‌ରେ ସାମିଲ appeared first on Odisha Reporter.



from Odisha Reporter https://ift.tt/SKlx1HB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages