ବିଚାରପତିଙ୍କ ଖୁଲାସା, କହିଲେ- ସରକାର ମୋ’ ପ୍ରତି ନକାରାତ୍ମକ ମନୋଭାବ ରଖିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 5, 2022

ବିଚାରପତିଙ୍କ ଖୁଲାସା, କହିଲେ- ସରକାର ମୋ’ ପ୍ରତି ନକାରାତ୍ମକ ମନୋଭାବ ରଖିଛନ୍ତି

ଜୋଧପୁର: ସରକାର ମୋ’ ପ୍ରତି ନକରାତ୍ମକ ମନୋଭାବ ରଖିଛନ୍ତି। ଏହା ହିଁ ହେଉଛି ମୋ  ନ୍ୟାୟିକ ସ୍ୱତନ୍ତ୍ରତାର ପ୍ରମାଣପତ୍ର । ଅବସର ନେବା ଦିନ ଏପରି ଭାବେ ନିଜ ମନର କଥା କହିଗଲେ ରାଜସ୍ଥାନ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅକିଲ ଅବଦୁଲ ହମିଦ କ୍ୟୁରେସି।।  ବିଚାରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ଏପରି କହିଛନ୍ତି  କ୍ୟୁରେସି। ଭାରତର ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଆତ୍ମକଥାରୁ ଉଦ୍ଧୃତ କିଛି ବାକ୍ୟକୁ ନେଇ ଜଷ୍ଟିସ ଅକିଲ ଏପରି କହିଥିବା ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶ ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସମୟରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିସକୁ ଖାରଜ କରାଯାଇଥିବା ଉକ୍ତ ଆତ୍ମକଥାରେ ଉଲ୍ଲେଖ ଅଛି। ଏପରିକି ରାଜସ୍ଥାନ ଉଚ୍ଚନ୍ୟାୟାଳୟର ବିଚାରପତି ରୂପେ କିଛି ଅଧିକାରୀଙ୍କ ନିଯୁକ୍ତି ନିମନ୍ତେ ଏକ ସୂଚୀ ଶିର୍ଷ ଅଦାଲତକୁ ପଠାଇ ଥିବା ବେଳେ ସେଥିରେ ବ୍ୟାପକ କାଟଛାଣ୍ଟ ହୋଇଥିବା ବି ସେଥିରେ ଲେଖାଯାଇଥିବା କହିଛନ୍ତି ପୂର୍ବତନ ବିଚାରପତି କ୍ୟୁରେସି। ଏପରି ମାନସିକତା ରହିଲେ, ଉଚ୍ଚ ମାନସିକତା ସମ୍ପନ୍ନ ବିଚାରପତିଙ୍କ ଅଭାବ ରହିଯିବ ବୋଲି କହିଛନ୍ତି ବିଚାରପତି ଅକିଲ ଅବଦୁଲ ହମିଦ କ୍ୟୁରେଶୀ ।

ଏନେଇ ପୂର୍ବତନ ବିଚାରପତି କ୍ୟୁରେସି କୌଣସି ନିର୍ଦ୍ଦିଷ୍ଟ ପ୍ରଧାନ ବିଚାରପତିଙ୍କ ତରଫରୁ ଅଙ୍ଗୁଳି ଉଠାଇ ନ ଥିଲେ ବି ତାଙ୍କ ଇସାରା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଆଡ଼କୁ ଯାଉଥିବା ଚର୍ଚ୍ଚା ହେଉଛି । କାରଣ ତାଙ୍କ ବହି ଗତ ଡିସେମ୍ବରରେ ପ୍ରକାଶିତ ହୋଇଥିବା ବେଳେ ସେଥିରେ ଗୁଜୁରାଟ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟର ତତ୍‌କାଳୀନ ବିଚାରପତିଙ୍କ ବଦଳି ସମ୍ପର୍କରେ ଉଲ୍ଲେଖ ଅଛି।

ଏନେଇ ସେ କହିଛନ୍ତି, ମୁଁ ଉକ୍ତ ବହି ପଢ଼ିନି। କିନ୍ତୁ ମିଡିଆରେ ପ୍ରକାଶିତ ସେ ସମ୍ପର୍କୀତ ଖବର ଦେଖିଛି। ଯେଉଁଥିରେ କି ମଧ୍ୟପ୍ରଦେଶ ଓ ତ୍ରିପୁରା ନ୍ୟାୟଳୟର ମୁଖ୍ୟ ନ୍ୟାୟଧୀଶ ଭାବେ ମୋ ନାମ ସୁପାରିଶ କରାଯାଇଥିବା ସତ୍ତ୍ୱେ ସେଥିରେ ହୋଇଥିବା ହେରଫେର ସମ୍ପର୍କରେ ଉଲ୍ଲେଖ ରହିଛି। ମୋ ନ୍ୟାୟିକ ବିଚାର ଆଧାରରେ ସରକାରଙ୍କ ମନରେ ମୋ ପ୍ରତି ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏଥିସହ ସେ କହିଛନ୍ତି, ଜଣେ ବିଚାରପତି ହିସାବରେ ଆମର କର୍ତ୍ତବ୍ୟ ହେଉଛି ଦେଶର ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଓ ମାନବାଧିକାରରର ରକ୍ଷା କରିବା। ଏହାହିଁ ନ୍ୟାୟିକ ସ୍ୱତନ୍ତ୍ରତାର ପ୍ରମାଣପତ୍ର । ଏପରିକି ଯୁବବର୍ଗ ଓକିଲ ଯେତେ ଝଡ଼ଝଞ୍ଜା ଆସିଲେ ବି ନିଜ ସିଦ୍ଧାନ୍ତରେ ଅଡ଼ି ବସି ରହିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବିଚାରପତି କ୍ୟୁରେସି।

The post ବିଚାରପତିଙ୍କ ଖୁଲାସା, କହିଲେ- ସରକାର ମୋ’ ପ୍ରତି ନକାରାତ୍ମକ ମନୋଭାବ ରଖିଛନ୍ତି appeared first on Odisha Reporter.



from Odisha Reporter https://ift.tt/g1xc8Lb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages