ଚିକିତ୍ସାକୁ ନେଇ ହସ୍ପିଟାଲ ଭିତରେ କଳି, ଡାକ୍ତର-ରୋଗୀ ପିଟାପିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 14, 2022

ଚିକିତ୍ସାକୁ ନେଇ ହସ୍ପିଟାଲ ଭିତରେ କଳି, ଡାକ୍ତର-ରୋଗୀ ପିଟାପିଟି

ଧର୍ମଗଡ: ରୋଗୀଙ୍କୁ ନିର୍ଧୁମ ପିଟିଲେ ଡାକ୍ତର। ଠେଙ୍ଗା ବାଡି ସହ ହାତରେ ଯାହା ପଡିଲେ ସେଥିରେ ବାଡେଇଲେ। ବିଧା ସାଙ୍ଗକୁ ଗୋଇଠା ବି କସି ଦେଇଗଲେ। ସେପଟେ ରୋଗୀ ମଧ୍ୟ କିଛି କମ୍‌ ନୁହେଁ। ସେ ମଧ୍ୟ ଡାକ୍ତରଙ୍କ ଉପରକୁ ଉଠାଇଲା ହାତ। ଚିକିତ୍ସାକୁ ନେଇ ହସ୍ପିଟାଲ ଭିତରେ ପିଟାପିଟି ହେଲେ ଡାକ୍ତର ଆଉ ରୋଗୀ। ଧର୍ମଗଡ ଡାକ୍ତରଖାନା ଭିତରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଘଟିଛି। ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ହେଲେ ଡାକ୍ତର ଡିୟୁଟିରେ ନଥିବା ଯୋଗୁଁ ସେ ଡାକ୍ତର କୁଆଡେ ଗଲେ ବୋଲି ପଚରା ଉଚୁରା କରିଥିଲେ। ପରେ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ। ଏତିକି ବେଳେ ଡାକ୍ତର ତାଙ୍କ ଉପରକୁ ମାଡି ଆସିଥିଲେ। କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ବଢ଼ିଯାଇ ହାତାହାତି ଯାଏଁ କଥା ଯାଇଥିଲା।

ଏପରିକି ଡାକ୍ତର ଜଣକ ରାଗିଯାଇ ରୋଗୀଙ୍କୁ ବାଡିରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତି ଉତ୍ତରରେ ରୋଗୀ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ଏଭଳି କଳି ଚାଲିଥିବା ଦେଇ ପୁଲିସକୁ ସୂଚନା ଦିଆଯାଇଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଡାକ୍ତରଙ୍କୁ ଥାନାକୁ ନେଇଛି। ଉଭୟ ପକ୍ଷରୁ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ଘଟଣାକୁ ନେଇ ମୁକେଶ ନାଏକଙ୍କ ପରିବାର ଏବଂ ପଡାଵାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଡାକ୍ତର ଶୈଳେଶ କୁମାର ଦୋରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ଧର୍ମଗଡ ଡିଏସ୍‌ପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି।

The post ଚିକିତ୍ସାକୁ ନେଇ ହସ୍ପିଟାଲ ଭିତରେ କଳି, ଡାକ୍ତର-ରୋଗୀ ପିଟାପିଟି appeared first on Odisha Reporter.



from Odisha Reporter https://ift.tt/jGHkWed

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages