ସ୍କୁଲରେ ଗୀତା ପଢ଼ିବେ ପିଲା, ଏହି ସରକାର ନେଲେ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 17, 2022

ସ୍କୁଲରେ ଗୀତା ପଢ଼ିବେ ପିଲା, ଏହି ସରକାର ନେଲେ ନିଷ୍ପତ୍ତି

ଅହମ୍ମଦାବାଦ: ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ଭଗବତ ଗୀତା ପଢ଼ିବେ ପିଲା। ସରକାରୀ ସ୍କୁଲରେ ଏହି ଗ୍ରନ୍ଥ ଅଧ୍ୟୟନ ନେଇ ନିଷ୍ପତ୍ତି ହୋଇଛି। କ୍ଲାସ ୬ରୁ୧୨ ମଧ୍ୟରେ ସ୍କୁଲ ସିଲାବସ୍‌ ରେ ଭଗବତ ଗୀତାକୁ ସାମିଲ କରିବା ନେଇ ଗୁଜରାଟ ସରକାର ନିର୍ଣ୍ଣୟ ନେଇଛନ୍ତି।  ଏ ସମ୍ପର୍କରେ ଏକ ସର୍କୁଲାର ପାରିତ ହୋଇଛି । ମୁଖ୍ୟତଃ ଦେଶର ପରମ୍ପରା ଏବଂ ଗର୍ବ ଗୌରବର ଭାବନାରେ ହୃଦବୃଦ୍ଧ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଭାରତର ମହାନ ଗୌରବଶାଳି ସଂସ୍କୃତି ଏବଂ ଜ୍ଞାନ ମୀମାଂଶାକୁ ସାମିଲ କରାଯିବା ଜରୁରୀ। ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ ହୋଇପାରବି ବୋଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଜିତୁ ଭଗାନି କହିଛନ୍ତି।  ସେ କହିଛନ୍ତି ଯେ, ଭଗବତ ଗୀତାର ମୂଲ୍ୟ, ନୀତି ଏବଂ ଏହାର ଗୁରୁତ୍ୱ ସବୁ ଧର୍ମର ଲୋକଙ୍କ ଗ୍ରହଣ ହୋଇପାରିଛି।

ତେଣୁ ଷଷ୍ଠ ଷ୍ରେଣୀ ଛାତ୍ରଙ୍କ ନିମନ୍ତେ ଗୀତାକୁ ଏଭଳି ସରଳ ଢଙ୍ଗରେ ଉପସ୍ଥାପନ କରାଯିବି ସେମାନେ ଯେମିତି ବୁଝି ପାରିବେ ବୋଲି କହିଛନ୍ତି।   ପରେ କାହାଣୀ ଗୁଡ଼ିକୁ ଶ୍ଳୋକ, ଗୀତ, ରଚନା, ତର୍କ, ଖେଳ ଏବଂ କୁଇଜ୍‌ ମାଧ୍ୟମରେ ବୋଧଗମ୍ୟ ହେବା ଭଳି  ଉପସ୍ଥାପନ କରାଯିବ। ଏ ବାବଦରେ ସ୍କୁଲକୁ ସରକାରଙ୍କ ଦ୍ୱାରା ସବୁ ସୁବିଧା ଯୋଗାଇ ଦିଆଯିବ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଗୀତା ଶିକ୍ଷା ଦିଆଯିବ। ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ଗୀତାର ଗଭୀର ଜ୍ଞାନ ତଥା ସାର କଥା ଅଧ୍ୟୟନ କରାଯିବ। ତେବେ ଏହି ନିଷ୍ପତ୍ତିକୁ ଉଭୟଙ୍କ କଂଗ୍ରେସ ଓ ଆମ ଆଦମୀ ପାର୍ଟି ସ୍ୱାଗତ କରିଛନ୍ତି।

 ଗୁଜରାଟ କଂଗ୍ରେସ ମୁଖପାତ୍ର ହେମାଙ୍କ ରାଭାଲ କହିଛନ୍ତି ଯେ, ଆମେ ସରକାରଙ୍କ ଏହି ନିଷ୍ପିତ୍ତିକୁ ସ୍ୱାଗତ କରୁଛୁ।  କିନ୍ତୁ ନିଜେ ଗୁଜରାଟ ସରକାର ଶ୍ରୀମଦ ଭଗବତ ଗୀତା ବିଷୟରେ ନିଜେ ଅଧ୍ୟୟନ କାରିବା ଉଚିତ। ସେ କହିଛନ୍ତି ଯେ, ବର୍ତ୍ତମାନ ଗୁଜରାଟ ଶିକ୍ଷା ବ୍ୟବସ୍ଥାରେ ସରକାର ଅବଗତ ହେବା ଉଚିତ। ୩୩,୦୦୦ ସ୍କୁଲରୁ ମାତ୍ର ୧୪ଟି ହେଉଛି  ଏ-ପ୍ରି ପ୍ଲସ ଗ୍ରେଡ୍‌ ସ୍କୁଲ।  ୧୮,୦୦୦ ଶିକ୍ଷକ ପଦବୀ ଖାଲି ପଡ଼ିଛି ।  ୬୦୦୦ ସ୍କଲକୁ ବନ୍ଦ କରାଯାଇଛି। ସେହିପରି ଅନ୍ୟରାଜ୍ୟ ତୁଳାନାରେ ଗୁଜରାଟର ଅଧିକ ଡ୍ରପ ଆଉଟ୍‌ ଅଧିକ। ଏମିତିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ା ଓ ଲେଖା ଜାଣି ନାହାନ୍ତି। ସରକାର ସେମାନଙ୍କ ବିଷୟରେ  ଚିନ୍ତା କରିବା ଉଚିତ୍ ବୋଲି କହିଛନ୍ତି।

The post ସ୍କୁଲରେ ଗୀତା ପଢ଼ିବେ ପିଲା, ଏହି ସରକାର ନେଲେ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/SHDt4Lm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages