ମୁମ୍ବାଇ: ରଙ୍ଗର ପର୍ବ ହୋଲିରେ ଆସିଲା ଦୁଃଖର ଖବର। ‘ତୋରବାଜ’ ଫିଲ୍ମ ନିର୍ଦ୍ଦେଶକ ଗିରିଶ ମଲ୍ଲିକଙ୍କ ଘରେ ହୋଲି ଦିନ ଖେଳିଗଲା ଦୁଃଖର ଛାଇ। ଏହି ଦିନ ଗିରିଶଙ୍କ ୧୮ ବର୍ଷୀୟ ପୁଅ ମନନ ଆପାର୍ଟମେଣ୍ଟର ୫ ତାଲାସ୍ଥିତ ନିଜ ଘରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରଥମେ କୁହାଯାଉଥିବା ବେଳେ କିନ୍ତୁ ଏବେ ତାହା ଆତ୍ମହତ୍ୟା ବୋଲି ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।
ଘଟଣାର ତଦନ୍ତ କରୁଥିବା ପୁଲିସ୍ ଅଧିକାରୀଙ୍କ ସୁଚନା ଅନୁଯାୟୀ, ୧୮ ମାର୍ଚ୍ଚ ଦିପ୍ରହରରେ ମନନ ହୋଲି ଖେଳି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଲା। ଏହାପରେ ଘରେ ମଧ୍ୟ ସେ ମଦ ପିଇବା ଆରମ୍ଭ କଲା। ପୁଅକୁ ଏପରି ଅବସ୍ଥାରେ ଦେଖି ଗିରିଶ ମଲ୍ଲିକ ଚିତ୍କାର କରି ସେଠାରୁ ପଳାଇଥିଲେ । ଏହାପରେ କ୍ରୋଧିତ ମନନ ଝରକାର କାଚ ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ।
କିଛି ସମୟ ପରେ ଗିରିଶ ଉକ୍ତ ରୁମ୍କୁ ଫେରି ପୁଅକୁ ପାଇ ନ ଥିଲେ। ଏହାପରେ ଝରକା କାଚ ଭଙ୍ଗାଥିବା ଦେଖି ତଳକୁ ଦେଖିବା ବେଳକୁ ପୁଅ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ସଙ୍ଗେ ସଙ୍ଗେ କୋକିଳାବେନ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।
ଏହି ଖବର ପ୍ରଚାରିତ ହେବା ପରେ ସଞ୍ଜୟ ଦତ୍ତଙ୍କ ସମେତ ବଲିଉଡର ବହୁ କଳାକାର ଶୋକ ପ୍ରକାଟ କରିଛନ୍ତି। ସଞ୍ଜୟ ଦତ୍ତଙ୍କ ସହ ଗିରିଶ ଫିଲ୍ମ ‘ତୋରବାଜ’ରେ କାମ କରିଥିଲେ।
The post ୫ ତାଲାରୁ ତଳକୁ ଡେଇଁ ପଡ଼ିଲେ ନିର୍ଦ୍ଦେଶକ ଗିରିଶ ମଲ୍ଲିକଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/ZybGIEl
No comments:
Post a Comment