ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜି ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଜନାଦେଶ ଆଜି ଆସିବ। ଅନ୍ୟପକ୍ଷରେ କାଲିର ଗଣ୍ଡଗୋଳ ପାଇଁ ଭୁବନେଶ୍ୱରରେ ଗଣତି ବିଳମ୍ବ ହୋଇଛି।
ଗତକାଲି ସନ୍ଧ୍ୟା ବେଳେ ରାଜଧାନୀର ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ୍ରେ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଥିଲେ ଲୋକେ।
ପୁଲିସ ସୁରକ୍ଷା ଛାଉଣି ଭିତରେ ଥିବା ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମରେ ଜଣେ ଅନାଧିକୃତ ବ୍ୟକ୍ତି ପଶିଥିବା ଅଭିଯୋଗ ଆଣିଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ। ଷ୍ଟ୍ରଙ୍ଗରୁମ ବାହାରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଜଗି ରହୁଥିବା ବେଳେ ସଂପୃକ୍ତ ଯୁବକ କିଏ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ। ତେବେ ପୁଲିସ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇନପାରିବାରୁ ଲୋକେ ତାତିଥିଲେ। ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହି ସମୟରେ ଷ୍ଟ୍ରଙ୍ଗରୁମ୍ ସିସିଟିଭି କିଛି ସମୟ ପାଇଁ ବନ୍ଦ ହୋଇଯିବା ଓ ଷ୍ଟ୍ରଙ୍ଗରୁମ୍ ଭିତରେ ଅନାଧିକୃତ ଲୋକେ ପଶିଥିବା ଅଭିଯୋଗ କରି ଉପସ୍ଥିତ ପ୍ରାର୍ଥୀଙ୍କ ସମର୍ଥକମାନେ ପୁଣି ତାତି ଉଠିଥିଲେ। ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣଙ୍କୁ ଉପସ୍ଥିତ ଜନତା ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ।
The post ପୌର ନିର୍ବାଚନ ଭୋଟ୍ ଗଣତି ଆରମ୍ଭ, ଭୁବନେଶ୍ୱରରେ ବିଳମ୍ବ appeared first on Odisha Reporter.
from Odisha Reporter https://ift.tt/oM5Thb8
No comments:
Post a Comment