ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଭୋଟ ଗଣତି ଚାଲୁଛି। ଉତ୍ତରପ୍ରଦେଶରେ ବିଜେପି ମେଣ୍ଟ ଆଗୁଆ ଚାଲିଥିବା ବେଳେ ଏସ୍ପି ମେଣ୍ଟ ତା’ ପଛରେ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଆଗୁଆ ଅଛନ୍ତି ଓ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ କରହଲ ଆସନରୁ ଆଗୁଆ ଚାଲିଛନ୍ତି।
ଖବର ଲେଖା ଯିବା ସୁଦ୍ଧା ପଞ୍ଜାବରେ ଆପ୍ ଆଗରେ ଚାଲିଥିବା ବେଳେ ତା’ ପଛକୁ ରହିଛି କଂଗ୍ରେସ। ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳୀ ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟରେ ଆଗରେ ଅଛନ୍ତି। ସେହିପରି ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ଆଗରେ ଚାଲିଛନ୍ତି।
The post ଆଗରେ ଚାଲିଛନ୍ତି ଯୋଗୀ, ଅଖିଳେଶ, ଚନ୍ନି ଓ ସିଦ୍ଧୁ appeared first on Odisha Reporter.
from Odisha Reporter https://ift.tt/iTK2HjU
No comments:
Post a Comment