ଆଜିଠୁ ବଜେଟ୍ ଅଧିବେଶନ,ସରକାରଙ୍କୁ ଘେରିବାକୁ ବିରୋଧୀ ରେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 24, 2022

ଆଜିଠୁ ବଜେଟ୍ ଅଧିବେଶନ,ସରକାରଙ୍କୁ ଘେରିବାକୁ ବିରୋଧୀ ରେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି।

ଅଧିବେଶନର ଆଜି ପ୍ରଥମ ଦିନରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୬ ଓ ୨୮ ତାରିଖରେ ଅଆଲୋଚନା ହେବ। ୨୯ ତାରିଖରେ ଅଫିସିଆଲ ବିଜନେସ୍ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ। ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ।

ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି।  ତେବେ ଅଧିବେଶନରେ ଏକାଧିକ ପ୍ରସଙ୍ଗ ଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ହଲାପଟା କରିପାରନ୍ତି।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ  ଅପହରଣ ଓ ହତ୍ୟା ମାମଲାଠୁ ଆରମ୍ଭ କରି ନିର୍ବାଚନୀ ହିଂସା, ନାରୀ ନିର୍ଯାତନା, ବିଦ୍ୟୁତ କାଟ୍, ଆବାସ କେଳେଙ୍କାରୀ ଆଦି ପ୍ରସଙ୍ଗକୁ ବିଜେପି ଅସ୍ତ୍ର କରିଛି। ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏଭଳି  ରଣନୀତି ପ୍ରସ୍ତୁତ କରିଛି ବିଜେପି। କଂଗ୍ରେସ ମଧ୍ୟ ନିର୍ବାଚନୀ ହିଂସା ଓ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିଛି। ତେବେ ଏହି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛି ବିଜେଡି।

୨୦୨୨ର ଏହା ପ୍ରଥମ ଅଧିବେଶନ।  ଏଥିପାଇଁ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ବିଧାନସଭା ଏବଂ ତା’ ଆଖପାଖ ଅଞ୍ଚଳକୁ ପୁଲିସ ସୁରକ୍ଷା ବଳୟରେ ରଖାଯିବ।  ଧାରଣାସ୍ଥଳ ଏବଂ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରହିବ ପୁଲିସର ନଜର।  ୬ ଜଣ ଅତିରିକ୍ତ ଡିଏସପି, ୧୧ ଜଣ ଆସିଷ୍ଟାଣ୍ଟ ଡିଏସପି, ୧୩ ଇନ୍ସପେକ୍ଟ,ର ,୬୫ରୁ ଅଧିକ  ଅଫିସରଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ଏମର୍ଜେନ୍ସି ପାଇଁ ୨ଟି ୟୁନିଟ୍ ମଧ୍ୟ ରଖାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି।

 

The post ଆଜିଠୁ ବଜେଟ୍ ଅଧିବେଶନ,ସରକାରଙ୍କୁ ଘେରିବାକୁ ବିରୋଧୀ ରେଡି appeared first on Odisha Reporter.



from Odisha Reporter https://ift.tt/6fldhxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages