ଖେରସନ ଦଖଲ ପରେ ଓଡେଶା ଅଭିମୁଖେ ରୁଷର ଯୁଦ୍ଧ ଜାହାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 2, 2022

ଖେରସନ ଦଖଲ ପରେ ଓଡେଶା ଅଭିମୁଖେ ରୁଷର ଯୁଦ୍ଧ ଜାହାଜ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୮ମ ଦିନରେ ପହଞ୍ଚିଛି। ଯୁଦ୍ଧ ଯେତିକି ଆଗକୁ ବଢ଼ୁଛି ରୁଷର ଆକ୍ରମଣ ମଧ୍ୟ ସେତିକି ପ୍ରଚଣ୍ଡ ହେଉଛି। ଯୁଦ୍ଧର ୭ମ ଦିନରେ ରୁଷ ସେନା ଜୋରଦାର ହମଲା କରି ୟୁକ୍ରେନର ପୋର୍ଟ ସହର ଖେରସନକୁ ଦଖଲ କରି ନେଇଥିଲା।

ଆଜି ୟୁକ୍ରେନ ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇଛି। ଏବେ ଖେରସନରେ ରୁଷ ଟ୍ୟାଙ୍କର ଓ ଯୁଦ୍ଧ ଗାଡ଼ି ଚକର କାଟୁଛନ୍ତି। ଖେରସନ ପରେ ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଓଡେଶା ଉପରେ ରୁଷର ଆଖି ରହିଛି। ଓଡେଶାକୁ ଦଖଲ କରିବା ପାଇଁ ଏକାଧିକ ରୁଷ ଯୁଦ୍ଧ ଜାହାଜ ନିଜର ଅପରେସନ ଆରମ୍ଭ କରିଛନ୍ତି।

ବ୍ଲାକ ସି’ ଦେଇ ଏଗୁଡ଼ି ଓଡେଶା ଉପରେ ହମଲା କରିବାକୁ ଯୋଜନା କରିଛନ୍ତି। ସେହିପରି ଆକାଶ ପଥରୁ ପୂର୍ବଭଳି ଓଡେଶା ଉପରେ ହମଲା ଜାରି ରହିଛି। ଏଠାରେ ୟୁକ୍ରେନର ସୁରକ୍ଷାକର୍ମୀମାନେ ଲଢ଼େଇ କରୁଥିଲେ ହେଁ ଜଳପଥରେ ରୁଷ ଆକ୍ରମଣ କରି ସବୁ ଯୋଜନାକୁଚ ପଣ୍ଡ କରିବାକୁ ଲକ୍ଷ୍ୟ ରଖିଛି। ଆମେରିକା ମଧ୍ୟ ଓଡେଶା ଉପରେ ରୁଷ ହମଲା କରିବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି।

ଏହାବାଦ ଖାରକିଭ ଓ କିଭ୍‌ରେ ମଧ୍ୟ ଘମାଘୋଟ ଲଢ଼େଇ ଜାରି ରହିଛି। ରୁଷ ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ସେନା ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲର ବ୍ୟବହାର କରୁଛି। ଏହି ମିସାଇଲ ମାଡ଼ରେ ଆଜି ରୁଷର ୩ଟି ଯୁଦ୍ଧ ବିମାନ ଓ ୨ଟି ଆଟାକିଂ ହେଲିକପ୍ଟର ଧ୍ୱଂସ ହୋଇ ଯାଇଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ପ୍ରଚଣ୍ଡ ହମଲାରେ ଓଖଟୟାରକା ଓ ଖାରକିଭ ସମେତ ୟୁକ୍ରେନର ଏକାଧିକ ସହର କ୍ଷତିଗ୍ରସ୍ତ ହୋଇଛି। ଖାରକିଭରେ ରୁଷ କରିଥିବା ବୋମା ଓ ମିସାଇଲ ମାଡ଼ ଯୋଗୁ ପ୍ରାୟ ୩ଟି ସ୍କୁଲ ଓ Assumption Cathedral ଧ୍ୱଂସ ହୋଇଯାଇଛି। ସେହିପରି ଓଖଟୟାରକାରେ ୧୨ରୁ ଅଧିକ ଆବାସିକ ବିଲଡିଂ ମାଟିରେ ମିଶି ଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନର କିଭ୍ ଉପରେ ରୁଷ ପ୍ରଚଣ୍ଡ ବାରମ୍ବାର ଏୟାରଷ୍ଟ୍ରାଇକ କରିବାରେ ଲାଗିଛି। ଆଜି କିଭ୍‌ରେ ଥିବା ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ ଉପରେ ରୁଷ ରକେଟ ମାଡ଼ କରିଛି। ରକେଟ ମାଡ଼ ଯୋଗୁ ଏଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସେହିପରି କିଭ୍‌ରେ ଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟର ବିଲ୍ଡିଂକୁ ମଧ୍ୟ ରୁଷ ଉଡ଼ାଇବାକୁ ଯୋଜନା କରିଛି। ଏଥିପାଇଁ ବିଲଡିଂ ନିକଟରେ ରହୁଥିବା ସାଧାରଣ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ଚାଲି ଯିବାକୁ କୁହାଯାଇଛି। ୟୁକ୍ରେନ ମଧ୍ୟ ସାଇରନ ବଜାଇ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଲୋକଙ୍କୁ ସତର୍କ କରାଇଛି।

The post ଖେରସନ ଦଖଲ ପରେ ଓଡେଶା ଅଭିମୁଖେ ରୁଷର ଯୁଦ୍ଧ ଜାହାଜ appeared first on Odisha Reporter.



from Odisha Reporter https://ift.tt/DKL0sTP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages